ଭୁବନେଶ୍ୱର: ବିଜେଡି ଛାଡିପାରନ୍ତି ଆଉ ୨ ଜଣ ସାଂସଦ । ଦେବାଶିଷ ସାମନ୍ତରାୟଙ୍କ ପରେ ବିଜେଡି ଛାଡିପାରନ୍ତି ଆଉ ୨ ସାଂସଦ । କାହା ନାଁ ନନେଇ ସୂଚନା ଦେଲେ ବିଜେପି ସାଂସଦ ରବୀନ୍ଦ୍ର ବେହେରା । ଉପକୂଳ ଅଞ୍ଚଳର ଜଣେ ବିଜେଡି ସାଂସଦ ଯୋଦ ଦେବା ନେଇ ଫାଇନାଲ ହୋଇଛି । ଉଭୟ ରାଜ୍ୟ ଓ ଦିଲ୍ଲୀ ନେତୃତ୍ୱଙ୍କ ସହ କଥା ହୋଇସାରିଛନ୍ତି । ସପ୍ତାହେ ଭିତରେ ବିଜେଡି ଛାଡିବେ , ଯୋଗାଯୋଗରେ ଅଛନ୍ତି । ବିଜେଡିରେ ଗଣତନ୍ତ୍ର ନାହିଁ, ନେତାଙ୍କୁ ସମ୍ମାନ ନାହିଁ । ତେଣୁ ସେମାନେ ବୀତସ୍ପୃହ ହୋଇ ବିଜେଡି ଛାଡୁଛନ୍ତି । ଲୋଭ ଲାଭ ଆଶାରେ ସେମାନେ ଆସୁନାହାନ୍ତି । ବିଜେପି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଦଳକୁ ଆସୁଛନ୍ତି । ବିଜେଡି ପୂରା ଶୂନ ହୋଇଯିବ, ଇତିହାସ ପାଲଟିବ ।










