33.1 C
Bhubaneswar
Tuesday, May 5, 2026
Homeଓଡିଶାଏକତରଫା ପ୍ରେମରୁ ଯୁବକଙ୍କୁ ହତ୍ୟା

ଏକତରଫା ପ୍ରେମରୁ ଯୁବକଙ୍କୁ ହତ୍ୟା

ବାଲେଶ୍ୱର: ପ୍ରେମ ପାଇଁ ପିଟି ପାଟି ମାରିଦେଲେ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଆସି ଏପରି ଘଟଣା । ଯେଉଁଠି ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।ଖବର ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପୁରୁଷୋତ୍ତମପୁର ପଞ୍ଚାୟତର ସୁଦର୍ଶନ ସୂତାରଙ୍କ ପୁଅ କାଞ୍ଚପଡ଼ା ପଞ୍ଚାୟତ ବିରବ୍ରହ୍ମପୁର ଗାଁର ଭଗବାନ କରଙ୍କ ଝିଅକୁ ମୋବାଇଲରେ ପ୍ରେମ ନିବେଦନ କରିଥିଲେ । ପରବର୍ତ୍ତୀ ସମୟରେ ଏହା ଜାଣି ଭଗବାନ ଗାଡ଼ି ସହାୟତାରେ ସୁବାଷ ଟେକି ନେଇଥିଲେ । ଏହାପରେ ବିରବ୍ରହ୍ମପୁର ସ୍କୁଲ ପରିସରରେ ଥିବା ଅଙ୍ଗନବାଡ଼ିର ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ ।ସେପଟେ ସୁବାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ସିମୁଳିଆ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ସିମୁଳିଆ ପୋଲିସ ଜଣଙ୍କୁ ଅଟକ ରଖି ଜେରା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking