ମୟୁରଭଞ୍ଜ: ମୟୁରଭଞ୍ଜ ବହଳଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ । ଅନ୍ୟ ଜଣେ ଗୁରୁତର ଭାବରେ ଆହତ ହୋଇଛନ୍ତି । ବହଳଦା ଥାନା ଅନ୍ତର୍ଗତ କାଦୁଆଣି-ଦୁମାତାଣ୍ଡି ନିକଟସ୍ଥ ୨୨୦ ନଂ ଜାତୀୟ ରାଜପଥ ରେ ଘଟିଛି ଦୁର୍ଘଟଣା। ଆଜି ପୂର୍ବାହ୍ନ ସମୟରେ ବିପରୀତ ଦିଗରୁ ଆସୁଥିବା ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।ଫଳରେ ଘଟଣାସ୍ଥଳରେ ସମସ୍ତ ୩ ଜଣ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ରାଇରଙ୍ଗପୁର ମେଡିକାଲ ପଠାଇଥିଲେ। ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ଜାଣଙ୍କର ଚିକିତ୍ସା ଜାରି ରହିଛି । ମୃତକ ମାନେ ବହଳଦା ଥାନା ଭୁରୁଷା ଗ୍ରାମର ଜୟେଶ ମହାନ୍ତ ଓ କଣ୍ଟାସୋଳା ଗ୍ରାମର ଜଗଦିଶ ମୁର୍ମୁ ବୋଲି ଜଣାପଡିଛି।ଖବର ପାଇ ବହଳଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।









