ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ବିନିକା ଥାନା ଅନ୍ତର୍ଗତ ସିଂଘିଯୁବା ଛକ୍ ନିକଟରେ କାର ଓ ବାଇକ ମୁହଁ ମୁହିଁ। ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର। ସୂଚନା ଅନୁସାରେ ଏକ କାର ବିନିକା ପଟରୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ସିଂହୀଯୁବା ଛକ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା ।ଫଳରେ ବାଇକ ରେ ଦୁଇଜଣ ଯୁବକ ଯୁବତୀ ଛିଟିକି ପଡ଼ିଥିଲେ। ଘଟଣା ସ୍ଥଳରୁ ଜଣକୁ ଏମ୍ବୁଲାନ୍ସ ଏବଂ ଅନ୍ୟ ଜଣକୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ବିନିକା ଡାକ୍ତର ଖାନାରେ ଭର୍ତି କରିଥିଲେ l ମାତ୍ର ପ୍ରାଥମିକ ଚିକିତ୍ସା ପରେ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଯୁବତୀ ଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଛି। ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଜାରି ରଖିଛି l










