30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଘରୋଇ ଅଶୋଧିତ ତୈଳ ବିକ୍ରି ଉପରୁ ନିୟନ୍ତ୍ରଣ ପ୍ରତ୍ୟାହାର

ଘରୋଇ ଅଶୋଧିତ ତୈଳ ବିକ୍ରି ଉପରୁ ନିୟନ୍ତ୍ରଣ ପ୍ରତ୍ୟାହାର

ନୂଆଦିଲ୍ଲୀ : ‘ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରୁ ନିୟନ୍ତ୍ରଣ ପ୍ରତ୍ୟାହାର’ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ôଥକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଅନୁମୋଦନ କରାଯାଇଛି । ଅଶୋଧିତ ତୈଳ ଏବଂ କଣ୍ଡେନସେଟ୍ ଆବଣ୍ଟନକୁ ବନ୍ଦ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟର ନିଷ୍ପତ୍ତି ୧ ଅକ୍ଟୋବର ୨୦୨୨ ଠାରୁ ଲାଗୁ ହେବ । ଏହି ନିଷ୍ପତ୍ତି ଫଳରେ ସମସ୍ତ ଅନ୍ୱେଷଣ ଏବଂ ଉତ୍ପାଦନ (ଇଏଣ୍ଡପି) ଅପରେଟରଙ୍କ ପାଇଁ ସ୍ୱାଧୀନ ବିପଣନ ସୁନିଶ୍ଚିତ ହୋଇପାରିବ । ସରକାର, କିମ୍ବା ତାଙ୍କ ନୋମିନୀ ଅଥବା ସରକାରୀ କମ୍ପାନୀଗୁଡ଼ିକୁ ଅଶୋଧିତ ତୈଳ ବିକ୍ରି କରିବା ଲାଗି ଉତ୍ପାଦନ ସହଭାଗିତା ଚୁକ୍ତିନାମା (ପିଏସସି)ର ସର୍ତ୍ତକୁ ତଦନୁଯାୟୀ କୋହଳ କରାଯିବ ।

ସବୁ ଇଏଣ୍ଡପି କମ୍ପାନୀଙ୍କୁ ଏବେ ଘରୋଇ ବଜାରରେ ନିଜ କ୍ଷେତ୍ରରୁ ଅଶୋଧିତ ତୈଳ ବିକ୍ରି କରିବା ନିମନ୍ତେ ସ୍ୱାଧୀନତା ମିଳିପାରିବ । ସବୁ ଚୁକ୍ତିନାମାରେ ରୟାଲିଟି, ଉପକର, ଆଦି ଭଳି ରାଜସ୍ୱର ଗଣନା ଏକସମାନ ଆଧାରରେ ହିସାବ କରାଯିବ । ତେବେ ପୂର୍ବ ବ୍ୟବସ୍ଥା ଭଳି, ରପ୍ତାନି ନିମନ୍ତେ ଅନୁମତି ମିଳିବ ନାହିଁ । କ୍ୟାବିନେଟର ଏହି ନିଷ୍ପତ୍ତି ଆର୍ôଥକ ଗତିବିଧିକୁ ପ୍ରୋତ୍ସାହନ ଦେବ, ଅପଷ୍ଟ୍ରିମ୍ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହିତ କରିବ ଏବଂ ୨୦୧୪ ଠାରୁ ଆରମ୍ଭ କରାଯାଇଥିବା ବିଭିନ୍ନ ପରିବର୍ତ୍ତନକାରୀ ସଂସ୍କାରକୁ ତ୍ୱରାନ୍ୱିତ କରିବ । ବ୍ୟବସାୟିକ ସୁଗମତା ଏବଂ ଅପରେଟର/ଉଦ୍ୟୋଗମାନଙ୍କୁ ଆବଶ୍ୟକତା ଅନୁଯାୟୀ ପରିଚାଳନା ସମ୍ବନ୍ଧୀୟ ସୁବିଧା ଯୋଗାଇ ଦେବା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି । ଏଥିପାଇଁ ତୈଳ ଏବଂ ଗ୍ୟାସ ଉତ୍ପାଦନ, ମୌଳିକ ଭିତ୍ତିଭୂମି ଓ ବିପଣନ ସହ ଜଡ଼ିତ ନୀତିକୁ ଆହୁରି ଅଧିକ ସ୍ୱଚ୍ଛ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking