ଚେନ୍ନାଇ : ଆପଣ କେବେ କୌଣସି ବାହାଘରରେ କୌଣସି ଏକ ଭାଷାର ଗୀତକୁ ନେଇ ହଙ୍ଗାମା ସୃଷ୍ଟି ହେବାର ଦେଖିଛନ୍ତି ବା ଶୁଣିଛନ୍ତି କି ? ଏମିତି ଏକ ମାମଲା ଏବେ ସାମନାକୁ ଆସିଛି। ଗୁରୁବାର ଦିନ କର୍ଣ୍ଣାଟକର ହେଲାଗାଭି ତାଲୁକ ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି ।
ବାହାଘର ଶୋଭାଯାତ୍ରା ବେଳେ କନ୍ନଡ଼ ଗୀତ ବାଜିବାରୁ କିଛି ଲୋକଙ୍କ ଭାବନାକୁ ଆଘାତ ଲାଗିଥିଲା ଏବଂ ସେମାନେ ବର ଓ କନ୍ୟା ପକ୍ଷର ଲୋକଙ୍କ ଉପରେ ଆକ୍ରମଣ କରି ଦେଇଥିଲେ । ଏହି ସମୟରେ ଉଭୟ ପକ୍ଷର ଲୋକଙ୍କୁ ଖୁବ ନିଷ୍ଠୁର ଭାବେ ମାଡ଼ ମରାଯାଇ ଥିଲା । ଏହି ଘଟଣାରେ ୫ଜଣ ଲୋକ ଆହତ ହେବାର ଖବର ଆସିଛି । ଆହତଙ୍କୁ ଚିକିତ୍ସା ପାଇଁ ବେଲଗମ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ହୋଇଛି କି ମହାରାଷ୍ଟ୍ରର ସ୍ଥାନୀୟ ଭାଷାର ସମିତି ମହାରାଷ୍ଟ୍ର ଏକୀକରଣ ସମିତି (ଏମଇଏସ)ର କାର୍ଯ୍ୟକର୍ତ୍ତାମାନେ ଏହି ଘଟଣାର ସୂତ୍ରପାତ କରାଇଥିଲେ ।
ପୀଡ଼ିତ ପକ୍ଷଙ୍କର କହିବା ହେଲା କି ବାହାଘରରେ ଡ୍ୟାନ୍ସ ବେଳେ ହଠାତ୍ ଲୋକେ ପଶିଆସିଲେ ଏବଂ ଲୋକଙ୍କୁ ମାଡ଼ ମାରିଥିଲେ ।