30.1 C
Bhubaneswar
Thursday, April 25, 2024
Homeଅପରାଧନାବାଳିକାଙ୍କୁ ମର୍ସିଡିଜରେ ଗଣଦୁଷ୍କର୍ମ

ନାବାଳିକାଙ୍କୁ ମର୍ସିଡିଜରେ ଗଣଦୁଷ୍କର୍ମ

ହାଇଦ୍ରାବାଦ : ହାଇଦ୍ରାବାଦରେ ଜଣେ ନାବାଳିକା ସହିତ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ୫ ଜଣ ନାବାଳିକ ମର୍ସିଡିଜରେ ନାବାଳିକାକୁ ଗଣଦୁଷ୍କର୍ମ କରିଛନ୍ତି । କୁହାଯାଉଛି ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ମଧ୍ୟ ସାମିଲ ଅଛି । ଘଟଣାଟି ମେ ୨୮ ତାରିଖର । ନାବାଳିକାଙ୍କ ପିତା ୧ ଜୁନରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ପୋଲିସ ଆଇପିସି ଧାରା ୩୫୪ ଏବଂ ପୋକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରି ଯାଞ୍ଚ କରୁଛି । ତେବେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରିନି ପୋଲିସ ।

ଏଫଆଇଆରରେ କୁହାଯାଇଛି କି ମେ ୨୮ରେ ୧୭ ବର୍ଷ ଝିଅ ହାଇ ପ୍ରୋଫାଇଲ୍ ପାର୍ଟିକୁ ଯାଇଥିଲା । ତାଙ୍କ ଝିଅର ସାଙ୍ଗ ସୁରଜ ଏବଂ ହାଦି ଏମ୍ନେସିଆ ଏଣ୍ଡ ଇନସୋମ୍ନିୟା ପବରେ ଏହି ପାର୍ଟି ରଖିଥିଲେ । ସନ୍ଧ୍ୟା ୫.୩୦ ମିନିଟ ସମୟରେ ସେ ଘରୁ ବାହାରିଥିଲେ । ପବରେ ମିଳିଥିବା ଅଭିଯୁକ୍ତ ତାଙ୍କୁ ତାଙ୍କ ଘରେ ଛାଡିଦେବାକୁ କହିଥିଲା । ଏଥିପାଇଁ ସେ କାରରେ ବସିପଡିଲେ । କାରରେ ପୂର୍ବରୁ ୩-୪ ଜଣ ପୁଅପିଲା ବସିଥିଲେ । ନାବାଳିକାଙ୍କ ବାପା କହିଛନ୍ତି କି ତାଙ୍କ ଶରୀରରେ ଅନେକ ଆଘାତର ଚିହ୍ନ ମଧ୍ୟ ରହିଛି । ଘଟଣା ପରଠୁ ପିଡିତା ନିଜ ମାନସିକ ସନ୍ତୁଳନ ହରାଇ ବସିଛନ୍ତି । ସେ ସମ୍ପୂର୍ଣ୍ଣ ଘଟଣାର ଖୁଲାସା କରିପାରୁନାହାଁନ୍ତି । ମାମଲାର ଯାଞ୍ଚ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପିଡିତାଙ୍କ ପିତା ଅପିଲ କରିଛନ୍ତି ।

ପୋଲିସ ସୂଚନା ଅନୁସାରେ ପାର୍ଟିରେ ପିଡିତାଙ୍କ ସହିତ ବିଧାୟକଙ୍କ ପୁଅ ବ୍ୟତୀତ ଅଳ୍ପସଂଖ୍ୟକ ବୋର୍ଡର ଅଧ୍ୟକ୍ଷଙ୍କ ପୁଅ ମଧ୍ୟ ସାମିଲ ଥିଲା । ବର୍ତ୍ତମାନ ପିଡିତା କେବଳ ଜଣେ ଅଭିଯୁକ୍ତକୁ ହିଁ ଚିହ୍ନଟ କରିପାରୁଛନ୍ତି । କୁହାଯାଉଛି କି ସେ ଅଭିଯୁକ୍ତ ମଧ୍ୟ ନାବାଳକ । ନାବାଳିକାଙ୍କ ବୟାନ ପରେ ପୋଲିସ ଧାରା ବଦଳାଇ ଦୁଷ୍କର୍ମ ମାମଲା ରୁଜୁ କରିଛି ଏବଂ ଯାଞ୍ଚ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଚିହ୍ନିବା ପାଇଁ ପବରେ ପାର୍ଟିରେ ସାମିଲ ଲୋକ ଏବଂ ସେଠାରେ କାମ କରୁଥିବା ଲୋକଙ୍କୁ ପଚରାଉଚରା କରାଯାଇଛି । ପବ୍ ମ୍ୟାନେଜମେଣ୍ଟର କହିବାନୁସାରେ ଏହା ନନ୍ ଆଲକୋହଲିକ୍ ପାର୍ଟି ଥିଲା । ଏଠାକୁ ଆସିଥିବା ଲୋକମାନଙ୍କୁ ମଦ ଅଫର କରାଯାଇନଥିଲା । ପୋଲିସ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଚେଷ୍ଟା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking