ଭୁବନେଶ୍ୱର : ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଦରଦାମ ଆକାଶ ଛୁଆଁ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଅତିଷ୍ଠ
ହୋଇ ପଡିଲାଣି । କୋଟି କୋଟି ଲୋକ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଯାଉଛନ୍ତି । ଦରଦାମ ବୃଦ୍ଧି ସହିତ ବେକାରୀ
ଭୟଙ୍କର ଭାବେ ବୃଦ୍ଧି ପାଇବା ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବହୁ ଗୁଣ ବୃଦ୍ଧି ପାଉଛି ।
ଗତ ଏକ ବର୍ଷ ମଧ୍ୟରେ ପେଟ୍ରୋଲଜାତ ସାମଗ୍ରୀର ଦର ଶତକଡା ୭୦ ଭାଗ, ପନିପରିବା ଶତକଡା ୨୦
ଭାଗ, ଖାଇବା ତେଲା ଶତକଡା ୨୩ ଭାଗ ଏବଂ ଡାଲିର ଦର ଶତକଡା ୮ ଭାଗ ବୃଦ୍ଧି ପାଇଛି । ପରିବାରର ଅନ୍ୟତମ
ମୂଖ୍ୟ ଖାଦ୍ୟ ଗହମର ଦର ଶତକଡା ୧୪ ଭାଗ ବୃଦ୍ଧି ଯୋଗୁଁ ସାଧାରଣ ଲୋକେ କିଣିବା ଅସମ୍ଭବ ହୋଇ ପଡିଛି ।
ସରକାରଙ୍କ ପକ୍ଷରୁ ଗତ ବର୍ଷ ତୁଳନାରେ ଅର୍ଦ୍ଧେକ ପରିମାଣ ମାତ୍ର ଗହମ ସଂଗୃହିତ ହୋଇଛି । ଗତ ବର୍ଷ ୪୪.୪
ମେଟ୍ରିମ୍ ଟନ ଗହମ କେନ୍ଦ୍ର ସରକାର ସଂଗ୍ରହ କରିଥିବା ବେଳେ ଚଳିତ ବର୍ଷ ଏହା ୨୦ ମେଟ୍ରିକ୍ ଟନ୍ ରୁ ବେଶି ହେବ
ନାହିଁ । ଓଡିଶାରେ ଖରିଫରେ ଅମଳ କରିଥିବା ଧାନ ପ୍ରାୟ ୪ ଲକ୍ଷ ଚାଷୀ ସରକାରୀ ମଣ୍ଡିରେ ଟୋକେନ ପାଇଥିଲେ
ସୁଦ୍ଧା ବିକ୍ରୀ କରିପାରିନାହାନ୍ତି । ଫଳରେ ଚାଷୀମାନେ କ୍ୟୁଌକ୍ଷଗ୍ଧ;ାଲ ପ୍ରତି ୧୦୦୦/୧୨୦୦ ଟଙ୍କାରେ ଧାନ ବିକ୍ରୀ କରି
ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ।
ଧାରାବାହିକ ଭାବେ ପେଟ୍ରୋଲ ଜାତ ସାମଗ୍ରୀ, ରନ୍ଧନଗ୍ୟାସ ସିଲିଣ୍ଡର ଏବଂ ଗହମର ଉତ୍କଟ ଅଭାବ ଯୋଗୁଁ
ଦେଶର ସାମଗୀକ ଭାବେ ମୁଦ୍ରାସ୍ଫିତି ବୃଦ୍ଧି ପାଇଛି । ଏତିକି ବେଳେ ପୁଣି ବିଜୁଳି ଦର ବୃଦ୍ଧି, ଘନ ଘନ ବିଦ୍ୟୁତ୍ କାଟ
ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ।
ଏଭଳି ସ୍ଥିତିରେ ଦରଦାମ ବୃଦ୍ଧିରେ ଅଙ୍କୁଶ ଲଗାଇ ଲୋକଙ୍କୁ ବଞ୍ଚାଇବା ପାଇଁ ସି.ପି.ଆଇ.(ଏମ୍), ସି.ପି.ଆଇ.,,
ସି.ପି.ଆଇ.ଏମ୍.ଏଲ୍.(ଲିବରେସନ୍), ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଳକ ଭଳି ବାମପନ୍ଥୀ ଦଳମାନେ, କେନ୍ଦ୍ର ସରକାର
ତୁରନ୍ତ ପେଟ୍ରୋଲଜାତ ସାମଗ୍ରୀ ଉପରେ ଆଦାୟ କରୁଥିବା ସେସ/ସରଚାର୍ଜ ପ୍ରତ୍ୟାହାର କରି ଦର କମାଇବା ଏବଂ
ରନ୍ଧନଗ୍ୟାସ ସିଲିଣ୍ଡର ଦର କମାଇବା ପାଇଁ ଦାବୀ କରିଛନ୍ତି । ଏତଦ୍ ବ୍ୟତୀତ , ସରକାରୀ ଖୁଚୁରା ବିକ୍ରି କେନ୍ଦ୍ରରେ
ଗହମ ସରକାରୀ ଦରରେ ଉପଲବ୍ଧ କରିବା ଏବଂ ଗଣ ବଌକ୍ଷଗ୍ଧ;ନ ବ୍ୟବସ୍ଥାକୁ ସୁଦୃଢ କରି ଖାଇବା ତେଲ, ଡାଲି ସମେତ
ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗାଣ, ଆୟକର ଦେଉନଥିବା ପରିବାର ଗୁଡିକୁ ମାସିକ ୭୫୦୦/- ଟଙ୍କା
ନଗଦ ଦେୟ ଦେବାକୁ ବାମପନ୍ଥୀ ଦଳମାନେ ଦାବୀ କରିଛନ୍ତି ।
ବେକାରୀ, ବେରୋଜଗାରୀ ଦୂରିକରଣ ଲାଗି ଜାତୀୟ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ଯୋଗାଣ ଆଇନ
(ଗଏଘଜଋଏଇ) ରେ ଅଧିକ ବ୍ୟୟ ବରାଦ, ସହରାଞ୍ଚଳରେ କର୍ମନିଯୁକ୍ତି ନିଶ୍ଚିତ କରିବା ଲାଗି ସ୍ୱତନ୍ତ୍ର ଆଇନ
ପ୍ରଣୟନ, ସମସ୍ତ ଖାଲିଥିବା ପଦବୀ ପୂରଣ ଏବଂ ନିଯୁକ୍ତି ନଚେତ ବେକାରୀ ଭତ୍ତା ପାଇଁ ଦାବୀ କରାଯାଇଛି ।
ଚଳିତ ମଇ ମାସ ୨୫ରୁ ୩୧ ପର୍ଯ୍ୟନ୍ତ ବାମପନ୍ଥୀ ଦଳଗୁଡିକ ଦେଶବ୍ୟାପି ପ୍ରତିବାଦ ଆନ୍ଦୋଳନ ପାଇଁ
ଆହ୍ୱାନ କରିଛନ୍ତି । ଓଡିଶାର ସର୍ବତ୍ର ଏହି ଆନ୍ଦୋଳନକୁ ସଫଳ କରିବାକୁ ଶ୍ରୀ ଆଶିଷ୍ କାନୁନ୍ଗୋ, ସଂପାଦକ ସି.ପି.ଆଇ.
ଓଡିଶା ରାଜ୍ୟ କାଉନ୍ସିଲ୍ , ଅଳି କିଶୋର ପଟ୍ଟନାୟକ, ସମ୍ପାଦକ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି, ଯୁଧିଷ୍ଠିର
ମହାପାତ୍ର, ସି.ପି.ଆଇ.(ଏମ୍.ଏଲ୍) ଲିବରେସନ୍ ଓଡିଶା ରାଜ୍ୟ କମିଟି, ଜ୍ୟୋତି ରଞ୍ଜନ ମହାପାତ୍ର ସାଧାରଣ ସମ୍ପାଦକ
ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଳକ ଓଡିଶା ରାଜ୍ୟ କମିଟି ପକ୍ଷରୁ ଏକ ମିଳିତ ବିବୃତ୍ତିରେ ନିବେଦନ କରିଛନ୍ତି ।