30.1 C
Bhubaneswar
Wednesday, May 1, 2024
Homeଅପରାଧଟ୍ରିପଲ ମର୍ଡର: ୧୦ ଦୋଷୀ ସାବ୍ୟସ୍ତ

ଟ୍ରିପଲ ମର୍ଡର: ୧୦ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର: ବାପା, ମାଆ ଓ ଝିଅକୁ ବିଷ ଇଂଜେକ୍ସନ ଦେଇ ହତ୍ୟା ମାମଲାରେ ଜଣେ ନାବାଳକ ସମେତ ୧୦ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ରାୟଗଡା ଜିଲ୍ଲା ଜଜ୍ । ୨୦୧୬ରେ ପୁଟାସିଂରେ ବାପା, ମାଆ, ଝିଅଙ୍କୁ ହତ୍ୟା କରାଯାଇଥିଲା । ମାମଲାରେ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ ଗୁଣପୁର ଏଡିଜେଆଇ । ମୃତ୍ୟୁଦଣ୍ଡର ପୁନର୍ବିଚାର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ , ଘଟଣାଟି ଘଟିଥିଲା ଗୁଣପୁର ବ୍ଲକ ପୁଟାସିଂ ଥାନା ଅନ୍ତର୍ଗତ ଝଲଣା ପଞ୍ଚାୟତର କିଟୁଙ୍ଗ ଗ୍ରାମରେ। ଗ୍ରାମର ଆସୀନ ଶବର ତାଙ୍କ ପତ୍ନୀ ଆମ୍ବଏ ଶବର ଓ ବଡ଼ଝିଅ ଆଶାମଣି ଶବର ଗୁଣିଗାରେଡ଼ି କରୁଥିବା କିଛି ଲୋକ ସନ୍ଦେହ କରିଥିଲେ। ଗ୍ରାମର ଅଜନ୍ତ ଶବର, ବୁଭୁନା ଶବର, ମାଲୁକୁ ଶବର, ପୋଡ଼ନ୍ତୁ ଶବର, ଇରୁ ଶବର, ଲାକିଆ ଶବର, ଡେଗୁନ ଶବର, ଦଶନ୍ତ ଶବର, ଦାଲସା ଶବର ଓ ଜଣେ ନାବାଳକ ଗାଁ ଶେଷ ମୁଣ୍ଡରେ ଥିବା ଗିରଜାଙ୍ଗ ଶବରଙ୍କ ଗାଈଗୁହାଳରେ ଏହି ବାପା ମାଆ ଓ ଝିଅଙ୍କୁ ଗୋଡ଼ ହାତ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଅସୀମ, ଆମ୍ବଏ ଓ ଆଶାମଣି ତାଙ୍କୁ ଛାଡ଼ିଦେବା ପାଇଁ ବହୁ କାକୁତି ମିନତି କରିଥିଲେ। ଅପରାଧୀମାନଙ୍କ ପିତ୍ତ ପୂରା ମୁଣ୍ଡକୁ ଚଢ଼ିଯାଇଥିଲା। ସେମାନେ ଏହି ଦମ୍ପତି ଓ ତାଙ୍କ ଝିଅର ଯନ୍ତ୍ରଣାର ସ୍ବରକୁ ଶୁଣି ପାରୁ ନ ଥିଲେ। ଅଭିଯୁକ୍ତମାନେ ପ୍ରଥମେ ଆଶାମଣିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ଦଶନ୍ତ ଶବର ନାମକ ଆଉ ଜଣେ ଅଭିଯୁକ୍ତ ଏକ ସିରିଞ୍ଜ ଦ୍ବାରା ଆଶାମଣିଙ୍କ ପାଟି, ଆଖି ଓ ସମ୍ବେଦନଶୀଳ ଅଙ୍ଗରେ କୀଟନାଶକ ବିଷ ପ୍ରୟୋଗ କରିଥିଲେ। ଏହାପରେ ଆଶାମଣି ଓ ତାଙ୍କ ବାପା ଓ ମାଆଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସେଠାରୁ ୩ ଜଣଙ୍କୁ ଗାଁ ଶ୍ମଶାନ ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟିଥିଲେ ଓ ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ତିନିଜଣ ମାଡ଼ଖାଇ ଖାଇ ନିସ୍ତେଜ ହୋଇଯିବା ପରେ ଅଭିଯୁକ୍ତମାନେ ସେମାନଙ୍କୁ ପାଖ ଜଙ୍ଗଲରେ ପୋତି ଦେଇଥିଲେ। ତେବେ ଏହି ଖବର ପ୍ରଘଟ ହୋଇଯିବା ପରେ ଅଭିଯୁକ୍ତମାନେ ଶବଗୁଡ଼ିକୁ ମାଟି ତଳୁ ବାହାର କରି ପୋଡ଼ି ଦେଇଥିଲେ। ଏ ସମସ୍ତ ଘଟଣା ମୃତ ଅସୀନଙ୍କ ମଝିଆ ଝିଅ ମେଳିତା ଶବରଙ୍କ ସମ୍ମୁଖରେ ହିଁ ଘଟିଥିଲା। ଘଟଣା ସମ୍ପର୍କରେ କାହାରିକୁ କହିଲେ ତାକୁ ଜୀବନରେ ମାରି ଦିଆଯିବ ବୋଲି ଅଭିଯୁକ୍ତମାନେ ଧମକ ଦେଇଥିଲେ। ଗାଁର ବୁବୁନୁ ଶବରଙ୍କ ଘରେ ତାଙ୍କୁ ନଜରବନ୍ଦୀ କରି ରଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking