30.1 C
Bhubaneswar
Wednesday, May 1, 2024
Homeଓଡିଶାମହାଲିଙ୍ଗରେ ଡିଆଇଜି, ଏସପି

ମହାଲିଙ୍ଗରେ ଡିଆଇଜି, ଏସପି

ଭୁବନେଶ୍ୱର: ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟତ୍ରୀ ମମିତା ହତ୍ୟା ମାମଲାରେ ଘଟଣା ସ୍ଥଳ ମହାଲିଙ୍ଗରେ ପହଂଚିଛନ୍ତି ଉତ୍ତରାଂଚଳ ଡିଆଇଜି । ଉତରାଂଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଏସପି ପହଂଚିଲେ । ମମିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି  ା
ଅନ୍ୟପଟେ ଏହି ଘଟଣାରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି, ଏହା ଅତ୍ୟନ୍ତ ଓ ସମ୍ୱେଦନଶୀଳ ଘଟଣା, ଏଥିରେ କିଛି ମନ୍ତ୍ରୀଙ୍କ ନାଁ ରହିଛି । ତଦନ୍ତ ନସରିଲା ପର୍ଯ୍ୟନ୍ତ ମନ୍ତ୍ରୀମାନେ ଇସ୍ତଫା ଦେବା ଉଚିତ । ନତୁବା ମନ୍ତ୍ରୀମାନଙ୍କଠାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ପତ୍ର ମାଗିନେବା ଉଚିତ । ରାଜନୈତିକ ଚାପରେ ପୋଲିସ ତଦନ୍ତ କରିନପାରିବା ଦେଖାଯାଇଥାଏ । ଘଟଣା ସଂପର୍କରେ ଓଡିଶା ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଚିଠି କରାଯାଇଛି । ଏଯାଏ କିଛି ଜବାବ ଆସିନି, ଜବାବକୁ ଅପେକ୍ଷା କରାଯାଇଛି । ଓଡିଶାରେ ବଢି ଚାଲିଥିବା ମହିଳା ହିଂସା ପ୍ରତି ମୁଖ୍ୟମନ୍ତ୍ରୀ ଧ୍ୟାନ ଦିଆଯିବା ଉଚିତ୍ । ମହିଳା ହିଂସା ସମସ୍ୟା ସମାଧାନ ପାଇଁ ରାଜନୈତିକ ଇଚ୍ଛାଶକ୍ତି ଜରୁରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking