30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶପାଣିରେ ବୁଡି ମେଡିକାଲ୍ ପହଞ୍ଚିଲେ ଗର୍ଭବତୀ

ପାଣିରେ ବୁଡି ମେଡିକାଲ୍ ପହଞ୍ଚିଲେ ଗର୍ଭବତୀ

ପାଟନା : ପ୍ରବଳ ବର୍ଷା କାରଣରୁ ବିହାରରେ ବନ୍ୟା ବିପତ୍ତି ଦେଖାଦେଇଛି । ଅଧିକାଂଶ ଅଞ୍ଚଳ ପାଣିଘେରରେ ରହିଛି । ଏହି ବିପଦ ସମୟରେ ଜଣେ ଗର୍ଭବତୀ ମହିଳା ଡାକ୍ତରଖାନା ଯିବା ପାଇଁ ବିପଦରେ ସମ୍ମୁଖୀନ ହୋଇଛନ୍ତି । ବନ୍ୟା ପରିସ୍ଥିତି ଯୋଗୁଁ ମହିଳାଙ୍କୁ ଆଣ୍ଠୁ ପର୍ଯ୍ୟନ୍ତ ପାଣିରେ ବୁଡି ଡାକ୍ତରଖାନା ପହଞ୍ଚିବାକୁ ପଡିଛି । ଏଭଳି ଅଭାବନୀୟ ଦୃଶ୍ୟ ବିହାରର ଲାଲଗଞ୍ଜ ଠାରେ ଦେଖିବାକୁ ମିଳିଛି । ମହିଳାଙ୍କ ନାମ ହେଉଛି ମମତା । ପ୍ରସବ ଯନ୍ତ୍ରଣା ହେବାରୁ ଆଶା ଦିଦିଙ୍କ ସମେତ ତାଙ୍କ ଶାଶୂ ମମତାଙ୍କୁ ନେଇ ପାଣିରେ ବୁଡି ଲାଲଗଞ୍ଜ ରେଫରାଲ ହସପିଟାଲରେ ପହଞ୍ଚିଥିଲେ । ଲାଲଗଞ୍ଜ ରେଫରାଲ ହସପିଟାଲ ଏକ ସପ୍ତାହ ଧରି ପାଣିଘେରରେ ରହିଛି । ଏଥିପାଇଁ ସେଠାକାର ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ୟା ବିପତ୍ତି ସମୟରେ ସ୍ଥାନୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠପ୍ ହୋଇଯିବାରୁ ରୋଗୀ ତଥା ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି । ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ଡାକ୍ତରଖାନାରେ ଷ୍ଟ୍ରେଚର କିମ୍ବା ଅନ୍ୟାନ୍ୟ ସୁବିଧା ନଥିବା କାରଣରୁ ମମତା ନିଜ ଜୀବନକୁ ପାଣି ଛଡାଇ ୨୦୦ ମିଟର୍ ପାଣିରେ ବୁଡି ଡାକ୍ତରଖାନା ଆସିଥିଲେ । ଏଭଳି ପରିସ୍ଥିତି ଦେଖିବାକୁ ମିଳିବ ବୋଲି ମମତା କଦାପି କଳ୍ପନା କରି ନଥିଲେ । ଏପରି ପରିସ୍ଥିତି ଗାଁର ଏକ ମହିଳା ପିଙ୍କି ଦେବୀଙ୍କ ସହ ମଧ୍ୟ ଦେଖିବାକୁ ମିଳିଥିଲା । ତା ପରଦିନ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏଭଳି ପରିସ୍ଥିତି ଘଟିବା ପରେ ସରକାର ଏବଂ ମେଡିକାଲ୍ କର୍ତ୍ତୁପକ୍ଷ କେତେ ଦୂର ସଚେତନ ହେଉଛନ୍ତି ତାହା ଦେଖିବାକୁ ବାକିରହିଲା । ସରକାରଙ୍କ ଟିକେ ଅବହେଳା କାରଣରୁ ଦୁଇ ଦୁଇଟି ଗର୍ଭବତୀ ମହିଳାଙ୍କ ଜୀବନ ଯାଉ ଯାଉ ବଞ୍ଚିଗଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking