27.1 C
Bhubaneswar
Friday, July 11, 2025
Homeଦେଶ ବିଦେଶକର୍ମଜୀବୀ ମହିଳାଙ୍କ ପାଇଁ ବଡ଼ ଖବର : ୬ ବଦଳରେ ୧୨ ମାସ ପାଇବେ ମାତୃତ୍ୱକାଳୀନ...

କର୍ମଜୀବୀ ମହିଳାଙ୍କ ପାଇଁ ବଡ଼ ଖବର : ୬ ବଦଳରେ ୧୨ ମାସ ପାଇବେ ମାତୃତ୍ୱକାଳୀନ ଛୁଟି

ହାଇଦ୍ରାବାଦା : ଏଣିକି ୬ ମାସ ନୁହେଁ ବରଂ ୧ ବର୍ଷ ମିଳିବ ମାତୃତ୍ୱକାଳୀନ ଛୁଟି । ପୂର୍ବରୁ ୬ ମାସ ମିଳୁଥିବା ବେଳେ ଏବେଠୁ ୧ ବର୍ଷ ପର୍ଯ୍ୟନ୍ତ ଅଫିସ୍‌ରେ କାମ କରିବେ ନାହିଁ ମାଆ ହୋଇଥିବା ମହିଳା । ତେଲେଙ୍ଗାନା ସରକାରଙ୍କ ବଡ଼ ନିଷ୍ପତ୍ତି । ବଢିଲା ମାତୃତ୍ୱକାଳିନ ଛୁଟି । ଏହି ଖବର ପ୍ରକାଶିତ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି ଦମ୍ପତ୍ତି । ପୂର୍ବରୁ ସମସ୍ତ ସରକାରୀ ଏବଂ ବେସରକାରୀ ସଂସ୍ଥା ଗୁଡ଼ିକରେ ମାତୃତ୍ୱକାଳୀନ ଛୁଟିକୁ ୬ ମାସ ପର୍ଯ୍ୟନ୍ତ ଦିଆଯାଉଥିଲା । କିନ୍ତୁ ଏହି ନିୟମ ଗତ ଜୁଲାଇଠାରୁ ଲାଗୁ କରିଛନ୍ତି ତେଲେଙ୍ଗାନା ସରକାର । ପ୍ରତ୍ୟେକ ଦମ୍ପତି ପିଲାଟିର ସ୍ୱପ୍ନ ଦେଖନ୍ତି । କିନ୍ତୁ ଏବେ ପୂର୍ବ ଯୁଗର ଆଉ ଯୌଥ ପରିବାର ନାହିଁ । ଦମ୍ପତ୍ତି ମାନେ ଗୋଟିଏ କିମ୍ବା ଦୁଇଟି ପିଲା ଜନ୍ମ କରୁଛନ୍ତି । କିନ୍ତୁ ନିଜର କାର୍ଯ୍ୟବ୍ୟସ୍ତତା ଏବଂ ଛୁଟି ସଂଖ୍ୟା କମ୍ ଥିବାରୁ ଛୋଟ ପିଲାଟିଏର ଯତ୍ନ ନେବା ପାଇଁ ଅନ୍ୟ ଉପରେ ନିର୍ଭର କରୁଛନ୍ତି । ଯାହାଦ୍ୱାରା କୁନି ପିଲାଟି ପିଲା ଦିନରୁ ହିଁ ବାପା ଓ ମାଆଙ୍କ ଠାରୁ ଦୂରେଇ ରହୁଛି । ଏହାର ସିଧାସଳଖ ପ୍ରଭାବ ପିଲା ଉପରେ ପଡ଼ୁଛି । ଏହାକୁ ନେଇ ଅନେକ ସମୟରେ ବିଶେଷଜ୍ଞମାନେ ବେଶ୍ ଚିନ୍ତାବ୍ୟକ୍ତ ମଧ୍ୟ କରିଛନ୍ତି । ମାତୃତ୍ୱକାଳୀନ ଛୁଟିକୁ ବଢାଇବା ଲାଗି ଅନେକ ଦମ୍ପତ୍ତି ଦାବି ମଧ୍ୟ କରିଥିଲେ । ତେଣୁ ସବୁ ଦିଗକୁ ନଜରରେ ରଖି ତେଲେଙ୍ଗାନା ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । କର୍ମଜୀବୀ ମହିଳାଙ୍କ ପାଇଁ ୨୦୧୬ ମସିହାରେ ମ୍ୟାଚରନିଟି ବେନିଫିଟ୍ ଆଇନ ୧୯୬୧ର ସଂଶୋଧନ କରିଥିଲେ କେନ୍ଦ୍ର ସରକାର । ଆଉ ଏହି ସଂଶୋଧନ ବିଲ୍ ୨୦୧୭ରେ ଆଇନରେ ମଧ୍ୟ ପରିଣତ ହୋଇଥିଲା । ଆଉ ସେବେଠାରୁ ମହିଳା ମାନଙ୍କୁ ୧୨ ସପ୍ତାହ ବଦଳରେ ୨୬ ସପ୍ତାହ ଛୁଟି ମିଳୁଛି । ଡାକ୍ତରମାନେ ମଧ୍ୟ ନବଜାତ ଶିଶୁ ପାଖରେ ଅତି କମ୍‌ରେ ୩୬୪ ଦିନ ମାଆ ରହିବା ଦରକାର ବୋଲି ପରାମର୍ଶ ଦେଇଥିଲେ । ତେଣୁ ଏବେ ଏହାକୁ ପ୍ରଥମେ ତେଲେଙ୍ଗାନା ସରକାର ଲାଗୁ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking