31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପଞ୍ଜଶୀରରେ ଭୟଙ୍କର ଯୁଦ୍ଧ : ୪୦ ଆତଙ୍କୀଙ୍କ ମୃତଦେହ ଛାଡି ଫେରାର ତାଲିବାନ

ପଞ୍ଜଶୀରରେ ଭୟଙ୍କର ଯୁଦ୍ଧ : ୪୦ ଆତଙ୍କୀଙ୍କ ମୃତଦେହ ଛାଡି ଫେରାର ତାଲିବାନ

କାବୁଲ : ପଞ୍ଜଶୀର ବ୍ୟତୀତ ସମଗ୍ର ଆଫଗାନିସ୍ତାନ ବର୍ତ୍ତମାନ ତାଲିବାନ ଦଖଲ କରିସାରିଛି । ତାଲିବାନ କିନ୍ତୁ ପଞ୍ଜଶୀରରେ ନର୍ଥେନ ଆଲାଇନ୍ସ ସହ ଜୋରଦାର ଲଢ଼େଇର ସମ୍ମୁଖୀନ ହେଉଛି । ତାଲିବାନ ଆତଙ୍କୀ ପଞ୍ଜଶୀରରେ ଅନୁପ୍ରବେଶ କରିବାକୁ ବାରମ୍ବାର ଚେଷ୍ଟା କରୁଛନ୍ତି । ତାଲିବାନ ପଞ୍ଜଶୀରର ଶୋଟୁଲରେ ଆକ୍ରମଣ କରିଛି । ଘାଟିରେ ପଞ୍ଜଶିରର ଶେର ତାଲିବାନୀ ସଦସ୍ୟଙ୍କୁ ମୁହଁତୋଡ ଜବାବ ଦେଉଛନ୍ତି । ସେଠାରେ ଗତ କିଛି ଦିନ ହେବ ତାଲିବାନ ଓ ନର୍ଥେନ ଆଲାଇନ୍ସ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଓ ଅହମ୍ମଦ ମସୁଦଙ୍କ ନେତୃତ୍ୱରେ ନର୍ଥେନ ଆଲାଇନ୍ସ ତାଲିବାନକୁ ଦୃଢ ଜବାବ ଦେଉଛନ୍ତି । ନିକଟରେ ପଞ୍ଜଶୀର ସମର୍ଥକମାନେ ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ଦେଖାଯାଏ ଯେ ପାହାଡରୁ ତାଲିବାନ ଆତଙ୍କୀଙ୍କ ଉପରକୁ ଗୁଳି ଓ ରକେଟରେ ଆକ୍ରମଣ କରାଯାଉଛି । ଏହି ଯୁଦ୍ଧରେ ୪୦ରୁ ଅଧିକ ତାଲିବାନ ଆତଙ୍କୀ ନିହତ ହୋଇଥିବାବେଳେ ୧୯ ଜଣ ତାଲିବାନଙ୍କୁ ପଞ୍ଜଶୀରଙ୍କ ସେନା ଗିରଫ କରିଛି । ତାଲିବାନ ସେମାନଙ୍କ ସାଥୀଙ୍କ ମୃତଦେହ ଛାଡି ପଳାଇ ଯାଇଥିଲେ । ତାଲିବାନୀ ନିଜ ସଦସ୍ୟଙ୍କ ମୃତଦେହ ଛାଡି ଚାଲି ଯାଇଥିଲେ ମଧ୍ୟ ନର୍ଥେନ ଆଲାଇନ୍ସର ତାଲିବାନର ଗୋଷ୍ଠୀକୁ ଶବ ହସ୍ତାନ୍ତର କରିଛନ୍ତି । ରେସିଷ୍ଟେନ୍ସ ଫୋର୍ସର ମୁଖପାତ୍ର କହିଛନ୍ତି, ଶତ୍ରୁ ବାରମ୍ବାର ପଞ୍ଜଶିରର ଶୋତୁଲ ଜିଲ୍ଲାରେ ପ୍ରବେଶ କରିବାକୁ ଉଦ୍ୟମ ଚଳାଇଛି । ହେଲେ ପ୍ରତିଥର ବିଫଳ ରହିଛି । ଅନୁପ୍ରବେଶ ଉଦ୍ୟମ ବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ରକ୍ତାକ୍ତ ସଂଘର୍ଷରେ ୪୦ ତାଲିବାନୀ ନିହତ ହୋଇଛନ୍ତି । ମଧ୍ୟସ୍ଥ ଜରିଆରେ ସବୁ ମୃତଦେହଗୁଡିକୁ ତାଲିବାନୀଙ୍କୁ ହସ୍ତାନ୍ତର କରାଯାଇଥିବା ମୁଖପାତ୍ର କହିଛନ୍ତି । ସୂଚନାଯୋଗ୍ୟ, ଆଫଗାନିସ୍ତାନର କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପଞ୍ଜଶିରରେ ଅଛନ୍ତି । ସେ ତାଲିବାନକୁ ଆଫଗାନିସ୍ତାନରୁ ନିପାତ କରିବାକୁ ପଣ କରିଛନ୍ତି । ଏହା ସହିତ ଅହମ୍ମଦ ଶାହା ମସୁଦଙ୍କ ପୁଅ ଅହମ୍ମଦ ମସୁଦ ମଧ୍ୟ ଏଠାରେ ରହୁଛନ୍ତି । ସେ କହିଛନ୍ତି ଯେ, ମୁଁ ଅହମ୍ମଦ ଶାହା ମସୁଦଙ୍କ ପୁଅ । ମୋ ଶବ୍ଦକୋଷରେ ଆତ୍ମ ସମର୍ପଣ ପରି କୌଣସି ଶବ୍ଦ ନାହିଁ । ତେଣୁ ତାଲିବାନ ପାଇଁ ପଞ୍ଜଶିର ଘାଟି ଦଖଲ କରିବା ବହୁତ ମୁସ୍କିଲ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking