31.1 C
Bhubaneswar
Tuesday, April 30, 2024
Homeଓଡିଶାବିଦ୍ୟୁତ ଶୁଳ୍କ ବୃଦ୍ଧି ଓ ବିଦ୍ୟୁତ ପରିଚାଳନା ରେ ତ୍ରୁଟି କୁ ନେଇ ବିଜେପି ପକ୍ଷରୁ...

ବିଦ୍ୟୁତ ଶୁଳ୍କ ବୃଦ୍ଧି ଓ ବିଦ୍ୟୁତ ପରିଚାଳନା ରେ ତ୍ରୁଟି କୁ ନେଇ ବିଜେପି ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ 

ଗୁଣୁପୁର, : ଓଡ଼ିଶା ରେ ଯଥେଷ୍ଟ ପରିମାଣରେ ବିଦ୍ୟୁତ ଉତ୍ପାଦନ କରାଯାଉଛି । ତଥାପି ଆମ ରାଜ୍ୟ କମ ପଇସାରେ ବିଦ୍ୟୁତ ବିକ୍ରୟ କରି, ଅଧିକ ଦର ରେ ଅନ୍ୟ ରାଜ୍ୟରୁ କିଣୁଛି । ଯାହାର ଫଳ ସ୍ୱରୂପ ସାଧାରଣ ଲୋକ ଙ୍କ ଉପରେ ଅହେତୁକ ବିଦ୍ୟୁତ ଶୁଳ୍କବୃଦ୍ଧି ଆକାରରେ ବିଦ୍ୟୁତ କମ୍ପାନୀ ଲଦି ଦେଉଛନ୍ତି । ଏହା ସହିତ ବିଦ୍ୟୁତ ପରିଚାଳନା ରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ବିଦ୍ୟୁତ ବିଭାଗ କୁ ଟାଟା ପାୱାର ହାତରେ ଟେକିଦେଇ କମ୍ପାନୀ ଶାସନ ଚଲେଇଥିବା ବେଳେ, କମ୍ପାନୀ ନିଜ ମନ ମୁତାବକ କାର୍ଯ୍ୟ କରୁଛନ୍ତି ବୋଲି ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି । ଗୁଣୁପୁର ସହରରେ ଲୋ ଭୋଲ୍ଟେଜ ସମସ୍ୟା, ଗ୍ରାମାଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ରେ ଅତିଷ୍ଠ ସାଧାରଣ ଲୋକେ । ଅନ୍ୟପକ୍ଷରେ ଚାଷୀଙ୍କ ସମସ୍ୟା ମଧ୍ୟ ରହିଛି । ଅନେକ ଲୋକଙ୍କ ବିଦ୍ୟୁତ ବିଲ ତୃଟି ପୂର୍ଣ୍ଣ ଭାବେ ଆସୁଛି । ଶହେ ଦୁଇ ଶହ ଜାଗାରେ ପାଞ୍ଚ ହଜାର ଟଙ୍କା ବିଦ୍ୟୁତ ଶୁଳ୍କ ଆସୁଛି । ଏସବୁ କଣ ପାଇଁ ମନ ମୁତାବକ କରାଯାଉଛି ବୋଲି ପ୍ରଶ୍ନ ଉଠିଛି । ବିଦ୍ୟୁତ ବିଲ ଯେପରି ବୃଦ୍ଧି ପାଉଛି, ସେହି ଅନୁସାରେ ସେବା କାହିଁକି ବିଭାଗ ଯୋଗାଇ ଦେଉନାହିଁ । କେବଳ ଜୁଲମ କଲା ଭଳି ବିଦ୍ୟୁତ ବିଲ ପୈଠ କର ନଚେତ ଲାଇନ କାଟିଦେବୁ କହି, ସାଧାରଣ ଗରିବ ଲୋକଙ୍କୁ ଧମକ ଦିଆଯାଉଛି । ଅନ୍ୟପକ୍ଷରେ ବଡ଼ ବଡ଼ କମ୍ପାନୀ, କାରଖାନା, ମିଲ, ସରକାରୀ କାର୍ଯ୍ୟାଳୟ ରେ ଲକ୍ଷ ଲକ୍ଷ ଟଙ୍କା ବକେୟା ଥିଲେ ମଧ୍ୟ, ସେମାନଙ୍କୁ କିଛି କରାଯାଉ ନାହିଁ । ଏ କି ପ୍ରକାର ନୀତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ର ଜିଲ୍ଲା ସମ୍ପାଦକ ରବି କୁମାର ଗମାଙ୍ଗ । ଏହାର ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ନଗର ସଭାପତି ଶ୍ରୀନିବାସ ସ୍ୱାଇଁ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରେମ ପ୍ରସାଦ ପଣ୍ଡା, ବରିଷ୍ଠ ନେତା Y ଗଣପତି, ବିଦ୍ୟା ଶବର ଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking