29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୨୦୧୪ରୁ ୨୦୧୯ ମଧ୍ୟରେ ୩୨୬ ମାମଲା ରୁଜୁ

୨୦୧୪ରୁ ୨୦୧୯ ମଧ୍ୟରେ ୩୨୬ ମାମଲା ରୁଜୁ

ନୂଆଦିଲ୍ଲୀ : ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରା ‘୧୨୪-ଏ’ ରେ ରାଜଦ୍ରୋହର ସଂଜ୍ଞା ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ସରକାରୀ ବିରୋଧୀ ସାମଗ୍ରୀ ଲେଖନ୍ତି କିମ୍ବା କଥାବାର୍ତ୍ତା କରନ୍ତି, ଏପରି ଲେଖା କିମ୍ବା କଥାବାର୍ତ୍ତାକୁ ସମର୍ଥନ କରନ୍ତି, ଜାତୀୟ ପ୍ରତୀକମାନଙ୍କୁ ଅପମାନିତ କରନ୍ତି ଏବଂ ସମ୍ବିଧାନକୁ ତଳକୁ କରିଲା ପରି କାମ କରନ୍ତି । ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ ରାଜଦ୍ରୋହ ଆଇପିସିର ଧାରା ‘୧୨୪-ଏ’ ଅନୁଯାୟୀ ସେ ପଞ୍ଜିକୃତ ହେବେ । ଏହା ବ୍ୟତୀତ, ଯଦି ଜଣେ ବ୍ୟକ୍ତି ଅଜାଣତରେ ଏକ ଜାତୀୟ ବିରୋଧୀ ସଂଗଠନ ବିରୁଦ୍ଧରେ ସମ୍ପର୍କ ରଖନ୍ତି କିମ୍ବା କୌଣସି ପ୍ରକାରରେ ସହଯୋଗ କରନ୍ତି, ତେବେ ସେ ମଧ୍ୟ ରାଜଦ୍ରୋହର ଅଧୀନରେ ଆସନ୍ତି । ରିପୋର୍ଟ ମୁତାବିକ ୬ ବର୍ଷରେ ୩୨୬ ରାଜଦ୍ରୋହ ମାମଲା ସହ ୬ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଛି । ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଅନ୍ତର୍ଗତ ଧାରା ‘୧୨୪-ଏ’ ରାଜଦ୍ରୋହ ଉପରେ ପର୍ଯ୍ୟବେସିତ । ଏହି ଧାରାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଟିପ୍ପଣୀ ଉପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଧାରାର ଦୂରୁପଯୋଗ ହେଉଥିବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତା ବ୍ୟକ୍ତ କରିଛନ୍ତି।

ଦେଶର ସ୍ବାଧୀନତା ସଂଗ୍ରାମରେ ମାହାତ୍ମା ଗାନ୍ଧୀଙ୍କ ଭଳି ସ୍ବତନ୍ତ୍ରତା ସଂଗ୍ରାମୀଙ୍କ ଲାଗି ବ୍ରିଟିଶ୍‌ ସରକାର ଏହି ଧାରାର ବ୍ୟବହାର କରୁଥିଲେ । ଏଭଳି ଧାରାର ଉଚ୍ଛେଦ ଦେଶର ଆଇନ ବ୍ୟବସ୍ଥାରେ କାହିଁକି କରାଯାଉ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ପ୍ରଶ୍ନ କରିଛନ୍ତି । ଏହି ଧାରାର ସାମ୍ବିଧାନିକ ବୈଧତାକୁ ନେଇ ପୂର୍ବତନ ମେଜର ଜେନେରାଲ ଏବଂ ଏଡିଟର୍ସ ଗିଲ୍ଡ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ସମୟରେ କୋର୍ଟ ଏଭଳି କହିଥିଲେ । ଏହି ଧାରା ଅନ୍ତର୍ଗତ ୨୦୧୪ରୁ ୨୦୧୯ ଗତ ୬ ବର୍ଷ ମଧ୍ୟରେ ୩୨୬ ମାମଲା ରୁଜୁ କରାଯାଇଛି। ତେବେ ବିଚାର ହେବାପରେ ମାତ୍ର ୬ ଜଣଙ୍କ ପ୍ରତି ଦଣ୍ଡବିଧାନ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନୁସାରେ ଏହି ସମୟ ମଧ୍ୟରେ ସର୍ବାଧିକ ୫୪ ମାମଲା ଆସାମରେ ରୁଜୁ ହୋଇଛି। ସେହିପରି ଏହି ଧାରା ଅନ୍ତର୍ଗତ ଗତ ୬ ବର୍ଷ ମଧ୍ୟରେ ୧୪୧ ଅଭିଯୋଗ ପତ୍ର ଦାଖଲ କରାଯାଇଥିବା ସ୍ପରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking