ମୟୂରଭଞ୍ଜ(ଘାସିରାମ ବେହେରା)-ସାହୁକାର ସାଜିଛି ଫାଇନାନ୍ସ କମ୍ପାନୀ। ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ବିଷ ପିଇଲେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ସହର ସ୍ଥିତ 19 ନମ୍ବର ୱାର୍ଡ ରେ। ସ୍ଥାନୀୟ ମହିଳାଙ୍କ ଅଭିଯୋଗ ଅନୁଯାୟୀ ଅଷ୍ଟମୀ ବେହେରା ନାମକ ଜଣେ ମହିଳା ଲୋକଙ୍କୁ ଅଧିକ ଅର୍ଥ ରୋଜଗାରର ଲୋଭ ଦେଖାଇ ପ୍ରାୟ ୯୦ ଜଣ ମହିଳାଙ୍କ ଠାରୁ ଏକ କୋଟିରୁ ଉର୍ଦ୍ଧ ଟଙ୍କା ନେଇ ଫେରାର ହୋଇଯାଇଛି। ଏହି ଘଟଣାକୁ ନେଇ ଜୁନ 27 ତାରିଖ ଦିନ ଟାଉନ ଥାନାରେ ଏକ ମାମଲା ମଧ୍ୟ ରଜ୍ଜୁ ହୋଇଛି। ଉକ୍ତ ମହିଳାମାନେ ଗୋଟେପଟେ ଠକାମିର ଶିକାର ହେବା ସହ ଅନ୍ୟ ପଟେ ଋଣ ପାରିଶୋଧ ପାଇଁ ଫାଇନାନ୍ସ କର୍ମଚାରୀଙ୍କ ଜୁଲୁମ ସହ ଗଳିଗୁଲଜ ବୋଝ ଉପରେ ନଳିତା ବିଡା ସଦୃଶ ପରିସ୍ଥିତି ସୃଷ୍ଟି କରିଛି । ତେବେ ଆଜି ସକାଳୁ ଫାଇନାନ୍ସ କମାଚାରୀଙ୍କ ଋଣ ପରିଷୋଧ ପାଇଁ ଜୋରଦାର ତାଗିଦ ଯୋଗୁଁ ବୀଣା ବେହେରା ନାମକ ଜଣେ ମହିଳା ଋଣ କିସ୍ତି ଦେଇନପାରିବାର ଅସହାୟତା ଲୁଚାଇବାକୁ ଯାଇ ବିଷପିଇ ଦେଇଥିଲେ। ତେବେ କୌଣସି ପ୍ରକାରେ ଜଣାପଡିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତି କରାଯାଇଛି। କରୋନା କଟକଣା ଯୋଗୁଁ ସବୁ ବର୍ଗର ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। ଯାହା କାହାକୁ ଅଛପା ନାହିଁ। ଲୋକେ ପରିବାର ମୁହଁରେ ଆହାର ଯୋଗାଇବାକୁ ଅକ୍ଷମ ହୋଇ ପଡୁଛନ୍ତି। ତେବେ ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଜାରୀ ସରକାରୀ କଟକଣା ମାନି ଘରେ ବସିଥିବା ବେଳେ ଏବେ ଋଣ କିସ୍ତି ଆଦାୟକୁନେଇ ଫାଇନାନ୍ସ କମ୍ପାନୀର ଜୁଳୁମ। ଏଭଳି ସ୍ଥିତିରେ ଉଭୟ ପଟେ ଗରିବ ମଧ୍ୟବିତ୍ତ ପରିବାରର ଜୀବନ ବିପଦରେ। ଏହି ଘଡ଼ିସନ୍ଧି ସମୟରେ ସରକାର ହସ୍ତକ୍ଷେପ କରି ସବୁପ୍ରକାର ଋଣ ଆଦାୟ ସ୍ଥଗିତ ରଖି ଅନ୍ୟୁନ ଗୋଟିଏ ବର୍ଷ ସ୍ଥିତି ସୁଧାରିବାର ସୁଯୋଗ ଦେବାର ଆବଶ୍ୟକତା ରହିଛି।ଏହା ଉପରେ ସରକାର ଗୁରୁତ୍ୱର ସହ ବିଚାର କରି ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇ ପଡ଼ିଛି। ନଚେତ ଅନ୍ୟ ମହିଳାମାନେ ମଧ୍ୟ ଋଣ ଅର୍ଥ ପରିଶୋଧ କରିବାକୁ ଅସମର୍ଥ ହୋଇ ଶେଷରେ ବୀଣା ଭଳି ଚରମ ପଦକ୍ଷେପ ନେବାକୁ ଏକପ୍ରକାର ବାଧ୍ୟ ହେବେ ବୋଲି ଆଲୋଚନା ହେଉଛି। ଯଦି ମହିଳାମାନେ ସରକାରଙ୍କ ବଳ ବୋଲି କୁହାଯାଉଛି ତେବେ ସହଯୋଗର ହାତ ବଢ଼ାଇବାକୁ ସରକାର ପଛୁଆ କାହିଁକି ବୋଲି ପ୍ରଶ୍ନ ଉଠୁଥିଲା ବେଳେ ମିଶନଶକ୍ତି ହେଉକି ଦଳୀୟ ନାରିନେତ୍ରୀମାନେ ନୀରବ କାହିଁକି ବୋଲି ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି।
ତେବେ ଆତ୍ମଗୋପନ କରିଥିବା ଅଷ୍ଟମୀକୁ ଖୋଜି ବାହାର କରିବା ପାଇଁ ଉକ୍ତ ମହିଳା ମାନେ ବାରମ୍ବାର ଥାନା ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ସାରିଲେଣି। କିନ୍ତୁ ଅଷ୍ଟାମୀର କୌଣସି ସନ୍ଧାନ ପାଇବାରେ ବିଫଳ ପୋଲିସ। ଅନ୍ୟପଟେ ୯୦ ଜଣ ମହିଳାଙ୍କ ଜୀବନ ବାଜି ଲାଗିଥିବାରୁ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ଦୋଷୀକୁ ଗିରଫ କରିବା ସହ ଉକ୍ତ ମହିଳାଙ୍କୁ ଯଥାଶୀଘ୍ର ନ୍ୟାୟ ଦେବା ପାଇଁ ନିବେଦନ କରିଛନ୍ତି।