36.1 C
Bhubaneswar
Saturday, May 4, 2024
Homeଓଡିଶାଗତ ୨୪ ଘଣ୍ଟାରେ ଦେଶରେ ୩୯ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟାରେ ଦେଶରେ ୩୯ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୩୯ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶର ଦୈନିକ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୫୪୯କୁ ହ୍ରାସ ପାଇଛି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ( ଶୁକ୍ରବାର ଦିନ ୮ଟା ସୁଦ୍ଧା) ଦେଶରେ ୩୮,୯୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୪୯ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ୨୪ ଘଣ୍ଟାରେ ଦେଶରେ ପ୍ରାୟ ୪୦୦୨୬ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧୦ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି ମୃତ୍ୟୁସଂଖ୍ୟା ୪,୧୨,୫୩୧ ଓ ମୋଟ ଆରୋଗ୍ୟ ସଂଖ୍ୟା ୩,୦୧,୮୩,୮୭୬ ରେ ପହଞ୍ଚିଛି । ତେବେ ଏବେ ବି ଦେଶରେ ୪,୩୦,୪୨୨ ସକ୍ରିୟ ଆକ୍ରାନ୍ତ ଅଛନ୍ତି ଯାହାକି ମୋଟ ଆକ୍ରାନ୍ତ ସଂଖ୍ୟାର ୧.୩୯ ପ୍ରତିଶତ । ସେହିପରି ଦେଶର ସାପ୍ତାହିକ ପଜିଟିଭିଟି ହାର ଏବେ ୨.୧୪ ପ୍ରତିଶତ ରହିଛି । ସେହିପରି ଆରୋଗ୍ୟ ହାର ୯୭.୨୮ ପ୍ରତିଶତକୁ ବୃଦ୍ଧି ପାଇଛି ।
ଅନ୍ୟପକ୍ଷରେ ଗତ କାଲି ଦେଶରେ ମୋଟ ୩୮ ଲକ୍ଷ ୭୮ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ଏବେ ୩୯,୫୩,୪୩,୭୬୭ ଜଣଙ୍କୁ ଟିକା ଦିଆଯାଇଛି ।
ଆକ୍ଟିଭ କେସ : ୪,୩୦,୪୨୨
ସୁସ୍ଥ: ୩,୦୧,୮୩,୮୭୬
ମୃତ୍ୟୁ: ୪,୧୨,୫୩୧
ନମୁନା ପରୀକ୍ଷା : ୪୩୮୦୧୧୯୫୮
ନମୁନା ପରୀକ୍ଷା: ୨୦୩୮୩୧୯
ଟୀକାକରଣ: ୩୯୫୩୪୩୭୬୭

ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଗତ ଦୁଇଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିଛି । ଗତ ଏପ୍ରିଲ ୧୨ ତାରିଖରେ ଶେଷଥର ପାଇଁ ରାଜ୍ୟରେ ସଂକ୍ରମଣ ୨ ହଜାର ତଳେ ରହିଥିଲା । ଗତ ମାସ ୧୪ ତାରିଖରୁ ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଥିବା ବେଳେ ୨ ହଜାର ତଳକୁ ଖସିବା ପାଇଁ ୨୮ ଦିନ ଲାଗିଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଛି । ଏହା ମଧ୍ୟରେ ଆଜି ପୁଣି ୨୦୭୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୧୯୫ ଓ ସ୍ଥାନୀୟ ଅଞ୍ଚଳରୁ ୮୭୫ଜଣ ଚିହ୍ନଟ ହୋଇଛନ୍ତି ।
ଅନୁଗୁଳରୁ ୫୭, ବାଲେଶ୍ୱରରୁ ୧୭୬, ବରଗଡରୁ ୧୫, ଭଦ୍ରକରୁ ୬୬, ବଲାଙ୍ଗୀରରୁ ୭, ବୌଦ୍ଧରୁ ୧୧, କଟକରୁ ୩୧୯, ବେଓଗଡରୁ ୩, ଢେଙ୍କାନାଳରୁ ୪୪, ଗଜପତିରୁ ୬, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୯୭, ଯାଜପୁରରୁ ୧୩୬, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୧୨, କନ୍ଧମାଳରୁ ୧୮, କେନ୍ଦ୍ରପଡାରୁ ୭୭, କେନ୍ଦୁଝରରୁ ୫୬, ଖୋର୍ଦ୍ଧାରୁ ୪୪୬, କୋରାପୁଟରୁ ୨୩, ମାଲକାନଗିରିରୁ ୨୦, ମୟୂରଭଞ୍ଜରୁ ୮୧, ନବରଙ୍ଗପୁରରୁ ୧୧, ନୟାଗଡ଼ରୁ ୫୯, ନୂଆପଡ଼ାରୁ ୭, ପୁରୀରୁ ୧୧୦, ରାୟଗଡାରୁ ୧୮, ସମ୍ବଲପୁରରୁ ୧୬, ସୋନପୁରରୁ ୮, ସୁନ୍ଦରଗଡରୁ ୬୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୯ ହଜାର ୯୨୯ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୨୩ ହଜାର ୨୦୯ ରହିଥିବା ବେଳେ ୨୧ ହଜାର ୭୪୨ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆକ୍ଟିଭ କେସ : ୨୧୭୪୨
ସୁସ୍ଥ: ୯୦୨୩୨୦୯
ମୃତ୍ୟୁ: ୪୭୯୫
ନମୁନା ପରୀକ୍ଷା : ୧୪୯୧୫୫୦୪
ନମୁନା ପରୀକ୍ଷା: ୧୪୯୧୫୫୦୪
ଟୀକାକରଣ: ୪୯୪୫୯୦

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking