30.1 C
Bhubaneswar
Friday, May 3, 2024
Homeଓଡିଶାଦୟାକରନ୍ତୁ........ଆପଣଙ୍କ ସାହାଯ୍ୟରେ ମୋ ପୁଅର ଜୀବନ ବଞ୍ଚିଯିବ

ଦୟାକରନ୍ତୁ……..ଆପଣଙ୍କ ସାହାଯ୍ୟରେ ମୋ ପୁଅର ଜୀବନ ବଞ୍ଚିଯିବ

ସୁବର୍ଣ୍ଣପୁର: ଆଜ୍ଞା…..ହଁ ଏଇ ଦୃଶ୍ୟକୁ ଟିକିଏ ଭଲ ଭାବରେ ଦେଖନ୍ତୁ କୌଣସି ଚଳଚ୍ଚିତ୍ର ଠାରୁ କମ୍ ନୁହେଁ । ହାତରେ ଭିକ୍ଷା ଥାଳି ସାଙ୍ଗରେ ନିରୀହ ଦୁଇ ନାତି ନାତୁଣୀ ଧରି ଭିକ ମାଗିଛନ୍ତି ବାପା । ଭିକ ମାଗିବା କୁ କାହାକୁ ବା ଭଳ ଲଗେ, କିନ୍ତୁ କରିବେ କଣ ? ପେଷାରେ ଏମାନେ ଭିକାରୀ ନୁହନ୍ତି, କିନ୍ତୁ ଭଗବାନ ର ଇଛା !!!,। ହଁ….ଆଜ୍ଞା ଏମାନେ ଭିକ୍ଷା ତାଙ୍କର ପେଟ ପାଇଁ କରୁନାହାନ୍ତି, କରୁଛନ୍ତି ତାଙ୍କର ରୋଜଗାରିଆ ରୋଗଣା ପୁଅ କୁ ବଞ୍ଚେଇବା ପାଇଁ । ଏ କରୁଣ ଦୃଶ୍ୟଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ୍ ଚମ୍ପାମାଳ ପଞ୍ଚାୟତ ଅନ୍ତର୍ଗତ ହନୁମାନପାଲି ଗ୍ରାମର ସୌମିତ୍ରୀ ମେହେରଙ୍କ ବାପା ଦଶରଥ ମେହେର ତାଙ୍କ ପୁଅ ସୌମିତ୍ରୀକୁ ବଞ୍ଚେଇବା ପାଇଁ ଘର ଘର ବୁଲି ଭିକ୍ଷା କରୁଛନ୍ତି । ସୌମିତ୍ରୀ ଆଜକୁ ଦୁଇ ବର୍ଷ ଧରି କ୍ୟାନସର ରୋଗରେ ପିଡିତ ଅଛନ୍ତି । ସେ ବମ୍ବେ ଯାଇ ନଅ ମାସ ରହି ଟିକିଏ ଭଲ ହେଇଥିଲା ଡାକ୍ତର ତାଙ୍କୁ ଦୁଇ ମାସ ପରେ ଆସିବା ପାଇଁ କହିଥିଲେ । କିନ୍ତୁ ତାଙ୍କ ପାଖରେ ଥିବା ସମସ୍ତ ଟଙ୍କା ସୁନା ରୂପା ଔଷଧ ପାଇଁ ବିକ୍ରି କରିପାରିଛନ୍ତି ଏବେ ପରିବାର ଲୋକେ ପୁରା ନିରାସ୍ର ତାଙ୍କ ପାଖରେ ଔଷଧ କରିବା ଦୁରର କଥା ଖାଇବା ପାଇଁ ବି ଆଉ କିଛି ନାହିଁ । ଏବେ ନିରୀହ ବୁଢା ବାପା ଘର ଘର ବୁଲି ଭିକ୍ଷା କରୁଛନ୍ତି ପୁଅକୁ ବଞ୍ଚେଇବା ପାଇଁ ।

ଏ ଦୃଶ୍ୟକୁ ଦେଖିଲେ ପ୍ରକୃତ ହୃଦୟବାନ ମଣିଷ ଆଖିରେ ଲୁହ ନିଶ୍ଚିତ ଭାବେ ବାହାରି ପଡିବ ।

ଆପଣ ମାନେ ଚାହିଁଲେ ବି ସୌମିତ୍ରୀଙ୍କୁ ସହଯୋଗର ହାତ ବଢାଇ ପାରିବେ । ତାଙ୍କୁ ସହଯୋଗ କରିବାକୁ ଚାହୁଁଥିଲେ।

 

କିମ୍ବା ନିମ୍ନ ଲିଖିତ ଠିକଣାରେ ଯୋଗାଯୋଗ କରି ସାହାଯ୍ୟ କରି ପାରିବେ।ହୁଏତ ଆପଣଙ୍କ ର ସାହାଯ୍ୟ ରେ ସୌମିତ୍ରୀ ର ଜୀବନ ବଞ୍ଚି ଯାଇପାରେ।

 

STATE BANK OF INDIA

SOBUAGINI MEHER

A/C-35160764327

IFSE CODE – SBIN0007079

PHONEPE No-9937695342

ସୁବର୍ଣ୍ଣପୁର ଜିଲ୍ଲାର ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking