31.1 C
Bhubaneswar
Tuesday, April 23, 2024
Homeଓଡିଶାନୀଳାଚଳ ବଞ୍ଚାଅ ଆନ୍ଦୋଳନ ପୁଣି ତୀବ୍ରତର ହେଲା 

ନୀଳାଚଳ ବଞ୍ଚାଅ ଆନ୍ଦୋଳନ ପୁଣି ତୀବ୍ରତର ହେଲା 

ଯାଜପୁର( ଓଏନଏ): ତେଜିଲା ନୀଳାଚଳ ବଞ୍ଚାଓ ଆନ୍ଦୋଳନ ।ଏମ ଏମ ଟି ସି ଓ ନୀଳାଚଳ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ କର୍ମଚାରୀମାନେ ସଂକଟରେ।। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତରେ ହୋଇଥିବା ଚୁକ୍ତିକୁ ଅଣଦେଖା ଏବଂ ଖିଲାପ । ଯାଜପୁର ଜିଲ୍ଲା କଳିଙ୍ଗନଗରର ଏକମାତ୍ର ସରକାରୀ ଷ୍ଟିଲ ପ୍ଲାଣ୍ଟ ଦେଢ଼ ବର୍ଷ ଉର୍ଦ୍ଧ୍ବ ହେଲା ଅଚଳ ହୋଇ ପଡିଛି । ଘରୋଇକରଣ ଆଳରେ ନିୟମିତ ଦରମା ମିଳୁନି ।ଅସହାୟ କର୍ମଚାରୀଙ୍କ ଜୀଵନ ଜୀବିକା ସଂକଟରେ ।ବକେୟା ରହିଛି ୧୧ମାସର ଦରମା ଓ ଅନ୍ୟାନ୍ୟ ଭତ୍ତା ।ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରତିନିଧିଙ୍କ ଚୁକ୍ତିକୁ ଅଣଦେଖା । ଏହାର ପ୍ରତିବାଦରେ ମିଳିତ ମଞ୍ଚ ଡ଼ାକରାରେ ବ୍ୟାସନଗର ସ୍ଥିତ ରାଜୀଵ ଗାନ୍ଧୀ ଷ୍ଟାଡିୟମରେ ନୀଳାଚଳ କର୍ମଚାରୀଙ୍କ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଅଛି । ସରକାର ନିଜସ୍ୱ ଖଣି ଓ ପ୍ଲାଣ୍ଟକୁ ତୁରନ୍ତ ଚାଲୁ କରିବା ,ଚୁକ୍ତି ଅନୁସାରେ ଦରମା ପ୍ରଦାନ ଏବଂ ସମସ୍ତ ବକେୟା ଦରମା ଓ ଭତ୍ତା ପ୍ରଦାନ ଦିଗରେ ଯଥାଶୀଘ୍ର ସମାଧାନ ନକଲେ କର୍ମଚାରୀମାନେ ଏକତ୍ରିତ ହୋଇ କୋଭିଡ ନିୟମ ମାନି ପ୍ରଥମେ ନୀଳାଚଳ ହାଉସ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।ଯଦି ନୀଳାଚଳ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନନିଆଯାଏ ବିସ୍ଥାପିତ ପରିବାର ଓ ଅନ୍ୟ କର୍ମଚାରୀ ମାନେ ପିଲାଛୁଆ ଧରି ପ୍ଲାଣ୍ଟ ସମୁଖରେ ବସିବେ ବୋଲି ବିସ୍ଥାପିତ କର୍ମଚାରୀ ଚେତାବନୀ ଦେଇଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking