31.1 C
Bhubaneswar
Tuesday, May 7, 2024
Homeଓଡିଶାବ୍ରହ୍ମପୁର ମଣ୍ଡଳ କାରାଗାରର ୪୬ କଏଦୀ ସଂକ୍ରମିତ

ବ୍ରହ୍ମପୁର ମଣ୍ଡଳ କାରାଗାରର ୪୬ କଏଦୀ ସଂକ୍ରମିତ

ବ୍ରହ୍ମପୁର : ରାଜ୍ୟର ବିଭିନ୍ନ ଜେଲ୍‌ରେ ବ୍ୟାପୁଛି କରୋନା। ବ୍ରହ୍ମପୁର ମଣ୍ଡଳ କାରାଗାରର ୪୬ କଏଦୀ ସଂକ୍ରମିତ। ସଂକ୍ରମିତଙ୍କ ମଧ୍ୟରେ ୫ଜଣ ମହିଳା ଅଛନ୍ତି। ମୋଟ ୮୪ଜଣଙ୍କ ପରୀକ୍ଷା କରାଯାଇଥିଲା। ସମସ୍ତ ସଂକ୍ରମିତଙ୍କୁ କାରାଗାର ଭିତରେ ଥିବା କୋଭିଡ୍‌ କେୟାର ସେଣ୍ଟରରରେ ରଖାଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା କରାଯାଉଥିବା ଜେଲ୍‌ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ସେପଟେ ସପ୍ତାହାନ୍ତ ଲକ୍‌ଡାଉନ୍‌ରେ ଆଜି ଶେଷ ଦିନ। ଶନି ଓ ରବି ପୁଣି ଦୁଇ ଦିନିଆ ସଂପୂର୍ଣ୍ଣ ସଟ୍‌ଡାଉନ୍‌। ତେଣୁ ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଆଜି ମାର୍କେଟରେ ଲୋକଙ୍କ ଭିଡ ଜମିଛି। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking