31.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଓସ୍କାର ୨୦୨୧: ବେଷ୍ଟ ଫିଲ୍ମ ଆୱାର୍ଡ 'ନୋମାଡଲାଣ୍ଡ'

ଓସ୍କାର ୨୦୨୧: ବେଷ୍ଟ ଫିଲ୍ମ ଆୱାର୍ଡ ‘ନୋମାଡଲାଣ୍ଡ’

ନୂଆଦିଲ୍ଲୀ: ଓସ୍କାର ୨୦୨୧ ଆୱାର୍ଡ ଘୋଷଣାକୁ ନେଇ ଫ୍ୟାନମାନେ ଅତି ଉତ୍ସାହର ସହ ଅପେକ୍ଷା କରିଥିଲେ । ଆଉ ଆଜି ଅର୍ଥାତ ସୋମବାର ଏହାର ଘୋଷଣା ହୋଇଛି । ୯୩ତମ ଏକାଡେମୀ ଆୱାର୍ଡର ଆୟୋଜନ ଲସ ଆଞ୍ଜଲସର ଡଲବି ଥିଏଟର ଓ ୟୁନିଅନ ଷ୍ଟେସନରେ ହେଉଛି । ଚଳିତ ଥର ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସ ନାମାଙ୍କନ ଘୋଷଣା କରିଥିଲେ । କହିରଖୁଛୁ, ପ୍ରତି ବର୍ଷ ଫେବୃୟାରୀରେ ହେବାକୁ ଥିବା ଓସ୍କାର ଆୱାର୍ଡ ସମାରୋହ କରୋନା କାରଣରୁ ଚଳିତ ବର୍ଷ ବିଳମ୍ବରେ ହେଉଛି । ଭାରତରେ ଦର୍ଶକେ ଏହାକୁ ୨୬ ଏପ୍ରିଲ ୨୦୨୧ ସକାଳ ୫.୩୦ରୁ ଦେଖିପାରିବେ । ଓସ୍କାର ଆୱାର୍ଡ ୨୦୨୧କୁ Oscars.com ର ଗ୍ଲୋବାଲ ଲାଇଭ ଷ୍ଟ୍ରିମ ଏବଂ Oscars.org ରେ ଆପଣ ଦେଖିପାରିବେ ।
ବେଷ୍ଟ ସପୋର୍ଟିଂ ଆକ୍ଟ୍ରେସ ରେ ୟୁ ଜୁଙ୍ଗ ୟୁନ ଫିଲ୍ମ ମିନାରୀ ପାଇଁ ଓସ୍କାର ଆୱାର୍ଡକୁ ନିଜ ନାଁରେ କରିଛନ୍ତି ।
ବେଷ୍ଟ ଓରିଜିନାଲ ସ୍କ୍ରିନପ୍ଲେ ଆୱାର୍ଡ- ଏମେରାର୍ଲଡ ଫେନେଲ
ବେଷ୍ଟ ଆଡପ୍ଟଟେଡ ସ୍କ୍ରିନପ୍ଲେ- ଦ ଫାଦର
ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ ଫିଚର ଫିଲ୍ମ ଆୱାର୍ଡ -ଆନାଦର ରାଉଣ୍ଡ
ବେଷ୍ଟ ସପୋର୍ଟିଙ୍କ ଆକ୍ଟର-ଡାନିଏଲ କାଲ୍ଲୁୟାଙ୍କୁ ଜୁଦାସ ଆଣ୍ଡ ଦ ବ୍ଲାକ ମେସିଆ ପାଇଁ ମିଳିଛି । କ୍ଲୋଏ ଝାଓ ନୋମାଡଲାଣ୍ଡ ପାଇଁ ବେଷ୍ଟ ଡାଇରେକ୍ଟର ଆୱାର୍ଡ ପାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking