ଭୁବନେଶ୍ୱର: ଧାରଣାରୁ ଉଠିଲେ ବିଜେପି ବିଧାୟକ। ଗାନ୍ଧି ମୂର୍ତ୍ତି ତଳେ ବସିଥିବା ବିଜେପି ବିଧାୟକ ଧାରଣାରୁ ଉଠିଛନ୍ତି। ବିଧାନସଭା ପରିସର ଗାନ୍ଧି ମୂର୍ତ୍ତି ତଳେ କାଲିଠାରୁ ଧାରଣାରେ ବସିଥିଲେ ବିଜେପି ବିଧାୟକ। ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର ଭେଟିବା ପରେ ଧାରଣାରୁ ଉଠିଲେ ବିଧାୟକ। ଧାରଣାରୁ ଉଠିବା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟପାଳଙ୍କୁ ଭେଟି ବିଲ୍ ମଂଜୁର ନକରିବାକୁ ଅନୁରୋଧ କରିବୁ। ବିନା ଆଲୋଚନାରେ ପାରିତ ବିଲକୁ ମଂଜୁରି ନଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିବୁ ବୋଲି ପ୍ରଦୀପ୍ତ କହିଛନ୍ତି।
ସୂଚନାଯୋଗ୍ୟ, ଶନିବାର ଅପରାହ୍ନରେ ବିଜେପିର ୩ ଜଣ ବିଧାୟକ ନିଲମ୍ବିତ ହେବା ପରେ ବିଜେପି ବିଧାୟକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ ଧାରଣାରେ ବସି ହାଏ ..ହାଏ ବୋଲି ଶ୍ଲୋଗାନ ଦେଇଥିଲେ । ଏହାର ନେତୃତ୍ତ୍ୱ ନେଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ । ସେ କହିଥିଲେ, ବାଚସ୍ପତିଙ୍କ ନିଷ୍ପତ୍ତି ଅଗଣତାନ୍ତ୍ରୀକ । ଆମକୁ ଗୃହରେ ସୁରକ୍ଷା ମିଳୁ ନାହିଁ ।ତେଣୁ ଆମେ ଗାନ୍ଧୀ ମୂର୍ତ୍ତୀ ତଳେ ଅହୋରାତ୍ର ଧାରଣା ଦେବୁ ବୋଲି ପ୍ରକାଶ କରିଥିଲେ ।