30.1 C
Bhubaneswar
Thursday, April 25, 2024
Homeଓଡିଶାହତ୍ୟା ଘଟଣାର ପର୍ଦ୍ଦାଫାସ, ୨ ଗିରଫ

ହତ୍ୟା ଘଟଣାର ପର୍ଦ୍ଦାଫାସ, ୨ ଗିରଫ

ନୂଆପଡ଼ା : ଖରିଆର ରୋଡ଼ ଜୋଙ୍କ ଥାନା ଏଲଡିପଡ଼ାର ଜଣେ ଯୁବକଙ୍କୁ ହୋଲି ଦିନ ୨ ଜଣ ଯୁବକ ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଘଟଣାର ପର୍ଦ୍ଦାଫାସ୍ ହୋଇଛି । ଏହି ହତ୍ୟାରେ ସମ୍ପୃକ୍ତ ୨ ଜଣ ଯୁବକଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନୂଆପଡ଼ା ଏଏସ୍‌ପି ସୁନୀଲ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଦ୍ୱୟ ହେଲେ ଖରିଆର ରୋଡ୍‌ର ଆବିଦ ହୁସେନ ଅସରଫି (୩୧) ଓ ଜେଞ୍ଜାରାଗାଁର ପ୍ରଣବ ଠାକୁର(୨୪) ।

ଗତ ୩ ବର୍ଷ ତଳେ ଆବିଦ ଅସରଫି ଏବଂ ତାଙ୍କ ବାପା ସେଖ୍ ଆୟୁବ ଏଲଡିପଡାର ସାମସରଲି ବାଗଙ୍କୁ ୭ ଟ୍ରିପ୍ ଇଟା ୨୮ ହଜାର ୫୦୦ ଟଙ୍କା ଦରରେ ଯୋଗାଇ ଦେଇଥିଲେ । ଏହି ବାବଦକୁ ୧୪ ହଜାର ଟଙ୍କା ପୈଠ କରାଯାଇଥିଲା । କିଛି ଦିନ ପରେ ସେଖ ଆୟୁବଙ୍କ ମୃତ୍ୟୁ ହୋଇଥିଲା । ବାରମ୍ବାର ଟଙ୍କା ମାଗିଲା ପରେ ବି ସାମସରଲି ବାଗ ଆବିଦଙ୍କୁ ବକେୟା ଟଙ୍କା ଦେଲା ନାହିଁ । ଗତ ୨୬ ତାରିଖ ରାତି ୮ଟାରେ ଆବିଦ ତାଙ୍କ ସାଙ୍ଗ ପ୍ରଣବ ଠାକୁରଙ୍କ ସହ ସାମସରଲି ବାଗଙ୍କ ଘରକୁ ଯାଇଥିଲେ । ସେଠି ସାମସରଲିର ସମର୍ଥକ ସୁବାସ ମହାନନ୍ଦ ୨ ଜଣଙ୍କୁ ଅପମାନିତ କରିଥିଲେ । ଏହାର ପ୍ରତିଶୋଧ ନେବାକୁ ୨ ଜଣ ଚିନ୍ତା କରିଥିଲେ । ମାର୍ଚ୍ଚ୨୯ ହୋଲି ଦିନ ସୁବାସ ମହାନନ୍ଦ ଚିକେନ ଆଣିବାକୁ ଯିବା ସମୟରେ ଆବିଦ ଓ ପ୍ରଣବ ତାଙ୍କୁ ରେଲ ଷ୍ଟେସନକୁ ନେଇଯାଇ ବିଧା ଗୋଇଠା ଓ ଇଟା ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ପରେ ପରିବାର ଲୋକ ଘଟଣାସ୍ଥଳକୁ ସୁବାସଙ୍କୁ ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଆଣିଥିବାରୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣ କରିଥିଲେ । ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ଜୋଙ୍କ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଖରିଆର ରୋଡ଼ ବାସୀ ୩୫୩ ନଂ ଜାତୀୟ ରାଜପଥ ଅବରୋଧ କରିବା ସହ ଦୋକାନ ବଜାର ବନ୍ଦ କରିଥିଲେ । ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏଏସପି ସୁନୀଲ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ନୂଆପଡା ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ, ଆଇଆଇସି ଜୋଙ୍କ ଥାନା ଅନିରୁଦ୍ଧ ମୁଦୁଲି, ଏସଆଇ ଆଶିଷ ପ୍ରଧାନ, ଏସଆଇ ବିନୋଦ ବିହାରୀ ସେଠୀଙ୍କୁ ନେଇ ଏକ ତଦନ୍ତକାରୀ ଦଳ ଗଠନ କରାଯାଇଥିଲା । ତଦନ୍ତବେଳେ ୨ ଜଣ ଯୁବକ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ପୁଲିସ ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲଣ କରିଥିବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking