କୋରପୁଟ: ଜିଲ୍ଲାର ପାଡ଼ୁଆ ଥାନା ଅନ୍ତର୍ଗତ ପଡେଇସିଙ୍ଗ ପାତାଳି ହଳଦୀ ନଦୀ ଘାଟରେ ମାଛ ଧରିବାକୁ ଯାଇ ଦୁଇ ମୃତ ।ନାବାଳିକା ଙ୍କ ପରିଚୟ ପଡେଇସିଙ୍ଗ ଗ୍ରାମର ଦଶମନ୍ତ ଖିଲ ଙ୍କ ଝିଅ ଅନିତା ଖିଲ(୧୦) ଓ ତୋଡିଙ୍ଗ ଗ୍ରାମର ଭକ୍ତରାମ ଖିଲ ଙ୍କ ଝିଅ ଡାଲି ଖିଲ (୧୫) ବୋଲି ଜଣାପଡିଛି ଆଜି ଦିନ ୧୧ଟା ୧୨ଘଣ୍ଟା ମଧ୍ୟରେ ଗ୍ରାମକୁ ଲାଗି ବହି ଯାଇଥିବା ପାତାଳି ନଦୀରେ ମାଛ ଧରିବାକୁ ଯାଇ ଗଭୀର ଜଳରେ ବୁଡ଼ି ଯାଇ ନିଖୋଜ ହୋଇଯାଇଥିଲେ । କିଛି ଗ୍ରାମବାସୀ ହାଟ କୁ ଯାଉଥିବା ବେଳେ ଦୁଇ ନାବାଳିକା ବୁଡି ଯାଉଥିବା ଦେଖି ଗ୍ରାମବାସୀ ମିଶି ଦୁଇ ଶବ ଉଦ୍ଧାର କରିଥିଲେ ।କୂଲାରସିଂ ସମିତିସଭ୍ୟ ଅନ୍ତର୍ଜାମି ଗୁଣ୍ଠା ସହଯୋଗ ରେ ପରିବାର ପକ୍ଷରୁ ପାଡ଼ୁଆ ଥାନା ରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଘଟଣା ସ୍ଥଳରେ ପାଡ଼ୁଆ ପୋଲିସ ପହଁଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିବେ ବୋଲି ପୋଲିସ ସୁତ୍ର ରୁ ଜଣାପଡିଛି।