33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ୭ ଜିଲ୍ଲାକୁ ଘୂର୍ଣ୍ଣିଝଡ, ବଜ୍ରପାତ ସୂଚନା

୭ ଜିଲ୍ଲାକୁ ଘୂର୍ଣ୍ଣିଝଡ, ବଜ୍ରପାତ ସୂଚନା

ଭୁବନେଶ୍ୱର: ଆସନ୍ତା ୩ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଘୂର୍ଣ୍ଣିଝଡ ଓ ବଜ୍ରପାତ ସତର୍କତା ଜାରି କରାଯାଇଛି । ସନ୍ଧ୍ୟା ୭ଟା ମଧ୍ୟରେ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ସେହି ଜିଲ୍ଲାଗୁଡିକ ହେଲା କେନ୍ଦୁଝର, ମୟୁରଭଂଜ, କନ୍ଧମାଳ ଓ କୋରାପୁଟ, ଗଜପତି, ନବରଂଗପୁର ଓ ରାୟଗଡା ଜିଲ୍ଲା ।
ଏହି ତିନି ଘଣ୍ଟା ମଧ୍ୟରେ ବାହାରକୁ ନ ବାହାରି ଘରେ ରହିବା ପାଇଁ ପରାମର୍ଶ ରହିଛି । ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ଅସହ୍ୟ ଗ୍ରୀଷ୍ମ ପ୍ରବାହ ପରେ ଗତକାଲି ସନ୍ଧ୍ୟାରେ ଭଦ୍ରକରେ ପ୍ରବଳ ଘୂର୍ଣ୍ଣିଝଡ ଦେଖିବାକୁ ମିଳିଥିଲା । ଫଳରେ କିଛି ସମୟ ପାଇଁ ଜନଜୀବନ ପ୍ରଭାବିତ ହୋଇଥିଲା । ଘୂର୍ଣ୍ଣିଝଡ ହେବା ଯୋଗୁଁ ରାସ୍ତାଘାଟ ଧୂଳିମୟ ହୋଇପଡିଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ଦୋକାନ ଓ ରାସ୍ତାପାଶ୍ୱର୍ରେ ଲଗାଯାଇଥିବା ହୋଡିଂ ଗୁଡିକ ଉଡିଯାଇଥିଲା । ଏହି ସମୟ ମଧ୍ୟରେ ବିଦ୍ୟୁତ ସରବହାର ବିଚ୍ଛିନ୍ନ ହେବାରୁ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ସହର ଅନ୍ଧକାରମୟ ହୋଇ ଯାଇଥିଲା । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking