ଯୌନ ଉଦ୍ଦୀପକ ଦୃଶ୍ୟ ଯୂବକଙ୍କ ଆଶା ଉପରେ ପ୍ରଭାବ ପକାଇ ପାରେ । ଏକ ଅଧ୍ୟୟନରୁ ସୂଚନା ମିଳିଛି ଯେ ଯୁବ ବୟସ୍କ ମାନେ ଯୌନ ଉଦ୍ଦୀପକ ଦୃଶ୍ୟକୁ ହିଁ ସେମାନଙ୍କ ସୂଚନା ସହାୟକ ଉତ୍ସ ଭାବେ ପସନ୍ଦ କରନ୍ତି । ଯୁବ ବୟସ୍କ ବ୍ୟକ୍ତି ମାନଙ୍କ ମଧ୍ୟରେ ଏକ ଭୁଲ ବୁଝାମଣା ରହିଛି ଯେ ଯୌନ ଉଦ୍ଦୀପକ ଦୃଶ୍ୟ ଗୁଡ଼ିକ ସେଥିପାଇଁ ରହିଛି । ଏହାର ମୁଖ୍ୟ କାରଣ ହେଉଛି ମାଗଣା ମନୋରଞ୍ଜନ ଦେଖାଇ ଟଙ୍କା ପାଇଁ ବ୍ୟବସାୟ କରିବା ଏହା କହିଛନ୍ତି ବୋଷ୍ଟନ ବିଶ୍ୱବିଦ୍ୟାଳୟର ପ୍ରଫେସର , ଇମିଲି ରୋଥମ୍ୟାନ । ରୋଥମ୍ୟାନ ଆହୁରି ମଧ୍ୟ କହିଛନ୍ତି , ‘ତୁମେ ମାନେ ଯେତେବେଳେ ଯୌନ ସମ୍ପର୍କ ରଖିବ ।ସେତେବେଳେ କ’ଣ କରିବା ଉଚିତ ସେ ଶିକ୍ଷା ସେଠାରେ ନାହିଁ’ ।
ଅଧ୍ୟୟନ ପାଇଁ ‘ଆରଚିଭ ଅଫ ସେକ୍ସୁଆଲ ବିହେଭିୟର’ ପତ୍ରିକାରେ ଉଲ୍ଲେଖ କରାଯାଇଛି ଯେ ସେମାନେ ୩୫୭ ଯୁବ ବୟସ୍କ (୧୮-୨୪ ବର୍ଷ ) ଓ ୩୨୪ କିଶୋର (୧୪-୧୭ ବର୍ଷ) ବିଶ୍ଲେଷଣ କରିଥିଲେ । ଯେଉଁ ମାନେ କହିଥିଲେ ଯେ ସେମାନେ କେଉଁଠାରୁ ଯୌନ ସମ୍ପର୍କ ପାଇଁ ସୂଚନା ପାଇଥିଲେ । ୧୪ରୁ ୧୭ ବର୍ଷ ବୟସ୍କ ପିଲା ମାନଙ୍କ ପାଇଁ ସେମାନଙ୍କ ମାତା ପିତା , ଏହାପରେ ସାଙ୍ଗମାନେ ହିଁ ଥିଲେ ସୂଚନାର ଉତ୍ସ । କେବଳ ୮ ପ୍ରତିଶତ କିଶୋର କିଶୋରୀ ମାନଙ୍କ ପାଇଁ ଯୌନ ଉଦ୍ଦୀପକ ଦୃଶ୍ୟ ଥିଲା ସୂଚନାର ଉତ୍ସ ।
ପ୍ରମାଣରୁ ସୂଚିତ ଯେ ଯୁବକ ବୟସ୍କ ବିଶେଷ ଭାବରେ ହେକୋ ସେକ୍ସୁଆଲ ପୁରୁଷ ମାନେ ସେମାନଙ୍କ ସହଭାଗୀ ମାନଙ୍କ ସହିତ ଆନନ୍ଦ ଦାୟକ କଥାବାର୍ତ୍ତା କରି ଯଦି ସୂଚନା ନପାଇଥାନ୍ତି ଉତ୍ତମ ଯୌନ ସମ୍ପର୍କ ବିଷୟରେ ତେବେ ସେମାନଙ୍କ ପାଇଁ ଯୌନ ଉଦ୍ଦୀପକ ଦୃଶ୍ୟ ହିଁ ସୂଚନାର ମାଧ୍ୟମ ।ଏହା କହିଛନ୍ତି ପ୍ରଫେସର ରୋଥମ୍ୟାନ ।
ଜନସ୍ୱାସ୍ଥ୍ୟ ଦୃଷ୍ଟି କୋଣରୁ ରୋଥମ୍ୟାନ କହିଛନ୍ତି ଯେ ଏହା ଏକ ଚିନ୍ତା ଜନକ ବିଷୟଯେ ବହୁ ଯୁବ ବୟସ୍କ ମାନେ ଯୌନ ଉଦ୍ଦୀପକ ଦୃଶ୍ୟକୁ ସୂଚନାର ଉତ୍ସ ବୋଲି ବିବେଚିତ କରନ୍ତି । ଯୌନ ଶିକ୍ଷା ଆବଶ୍ୟକ ଓ ଗୁରୁତ୍ୱପୁର୍ଣ୍ଣ ଅଟେ । ଯାହା ଆମକୁ ଯୁବକ ମାନଙ୍କୁ କିପରି ପୁର୍ଣ୍ଣ ,ନିରାପଦ , ସହମତି ଭିତ୍ତିକ ଯୌନ ସମ୍ପର୍କ ବିଷୟରେ ଶିକ୍ଷା ଦେବାକୁ ସାହାଯ୍ୟ କରେ ।