ଭୁବନେଶ୍ୱର, (ଓଏନଏ): ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଆଜି ଗାଇଡଲାଇନ ଜାରି କରିଛନ୍ତି । ଗାଇଡଲାଇନରେ କଣ ଉଲ୍ଲେଖ ରହିଛି, ପଢନ୍ତୁ ।
କେବଳ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲ ଖୋଲିପାରିବ
କଣ୍ଟେନମେଣ୍ଟ ଜୋନରେ କୌଣସି ଶିକ୍ଷକ, ପିଲା ସ୍କୁଲ ଆସିବା ମନା
କଣ୍ଟେନମେଣ୍ଟ ଜୋନ ହେଲେ ଖୋଲିଥିବା ସ୍କୁଲ ତୁରନ୍ତ ବନ୍ଦ ହେବ
ଖୋଲିବା ପୂର୍ବରୁ ଆସବାବପତ୍ର, ଲାଇବ୍ରେରୀ ଇତ୍ୟାଦି ସାନିଟାଇଜ ହେବ
ପାଇଖାନା ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ସ୍କୁଲ ଖୋଲିପାରିବନି
ଏବେ କୌଣସି ହଷ୍ଟେଲ ଖୋଲିପାରିବନି
ସ୍କୁଲ ବସ ବଦଳରେ ଅଭିଭାବକ ପିଲାଙ୍କୁ ଛାଡିବାକୁ ପରାମର୍ଶ
କୌଣସି ପିଲାଙ୍କୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ
କେବଳ ଅଭିଭାବକ ଏବଂ ପିଲା ରାଜିଥିଲେ ସ୍କୁଲ ଆସିପାରିବେ
କ୍ଲାସ ରୁମରେ ସାମାଜିକ ଦୂରତା ପାଇଁ ଗୋଟିଏ ସିଟ ଛାଡି ବସିବେ
ପିଲାଙ୍କ ପାଇଁ ପରୀକ୍ଷା ଭଳି କ୍ଲାସରେ ନିର୍ଦ୍ଦିଷ୍ଟ ସିଟ ବ୍ୟବସ୍ଥା ହେବ
ପ୍ରତି ସ୍କୁଲରେ ଆଇସୋଲେସନ ରୁମ୍ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ
ପ୍ରତି କ୍ଲାସରେ ୨୦ରୁ ୨୫ ଜଣ ପିଲାଙ୍କୁ ବସିବାକୁ ଅନୁମତି ମିଳିବ
ସ୍କୁଲ ଟାଇମିଂ ପୂର୍ବଭଳି ରଖାଯିବାକୁ ମଧ୍ୟ ସରକାର ଘୋଷଣା କରିଛନ୍ତି
ଗହଳି ଏଡାଇବାକୁ ରିସେସ ଟାଇମ୍ ଭିନ୍ନ ଭିନ୍ନ କରିବାକୁ ନିର୍ଦ୍ଦେଶ
ସ୍କୁଲରେ ବା ସ୍କୁଲ ଠାରୁ ୧୦୦ ମିଟର ଭିତରେ ବାହାର ଖାଦ୍ୟ ବିକ୍ରି ମନା
ଅଭିଭାବକଙ୍କ ଠାରୁ ଲିଖିତ ଅନୁମତି ଆଣିଲେ ପିଲାଙ୍କୁ କ୍ଲାସ ଅନୁମତି ମିଳିବ
ଘରେ ରହି ପାଠ ପଢିବାକୁ ଚାହିଁଲେ ପିଲାଙ୍କୁ ଅନୁମତି ମିଳିବ
ସବୁ ପିଲା ଏବଂ ଷ୍ଟାଫ ମାସ୍କ ପିନ୍ଧିବା, ହାତ ଧୋଇବା ବାଧ୍ୟତାମୂଳକ