29.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଧାନ କଳେଇ ଟ୍ରାକ୍ଟର

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଧାନ କଳେଇ ଟ୍ରାକ୍ଟର

ମୟୂରଭଞ୍ଜ – ଆଜି ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ୍ ଅଧିନରେ ଥିବା ପ୍ରତାପପୁର ପଞ୍ଚାୟତର ହରିପୁର ଗ୍ରାମର ସିଦ୍ଧେଶ୍ବର ମହାକୁଡ୍ ଚାଷ ଜମି ରୁ ଧାନକଳେଇ ଏକ ଟ୍ରାକ୍ଟର ରେ ଘରକୁ ଆଣୁଥିବା ସମୟରେ ଗାଁ ରାସ୍ତା ରେ ବିଦ୍ୟୁତ ତାରରେ ଲାଗି ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି । ତେବେ ଖବରପାଇ ବଡସାହି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ସବୁ ଧାନ ଜଳି ପାଉଁଶ ହୋଇଯାଇଥିଲା ।  ହରିପୁର ଗ୍ରାମର ସିଦ୍ଧେଶ୍ବର ମହାକୁଡ୍ ଅତି ଗରିବ ଶ୍ରେଣୀ ର ହୋଇଥିବାରୁ ବର୍ଷକର ଆହାର ଉପରେ ପାହାର କୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହିତ ବିଦ୍ୟୁତ ବିଭାଗର ଅବହେଳା ପାଇଁ ଏଭଳି ଘଟଣା ଘଟିଗଲା ବୋଲି କୁହାଯାଇଛି । ସେହିପରି ଏହି କ୍ଷତିଗ୍ରସ୍ତ ସିଦ୍ଧେଶ୍ବର ମହାକୁଡ୍ ଙ୍କର ଏଭଳି ବର୍ଷକର ଧାନ ସବୁ ଜଳିପୋଡି ପାଉଁଶ ହୋଇଯାଇଥିବାକୁ ନେଇ ,କ୍ଷତିପୂରଣ ପାଇଁ ସରକାରଙ୍କୁ ହରିପୁର ଗ୍ରାମର ଆଶିଷ କୁମାର ଦାସ୍ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking