29.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗ୧୨ ଘଣ୍ଟିଆ ଭଦ୍ରକ ବନ୍ଦ

୧୨ ଘଣ୍ଟିଆ ଭଦ୍ରକ ବନ୍ଦ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସ ପକ୍ଷରୁ ଆଜି ଭଦ୍ରକ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଭଦ୍ରକ ସହର ସମେତ ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଦ ପାଳନ କରାଯାଉଛି। କଂଗ୍ରେସ ସହିତ ଏଥିରେ ଅନ୍ୟ ସଂଗଠନ ମଧ୍ୟ ସାମିଲ ହୋଇଛି। ପୂର୍ବରୁ ମଧ୍ୟ ସମାନ ଦାବି ନେଇ ମେଡିକାଲ କଲେଜ ସଂଗ୍ରାମୀ ସେନା, କ୍ରିୟାନୁଷ୍ଠାନ କମିଟି ଓ ଭଦ୍ରକ ସୋସିଆଲ ସର୍ଭିସ ଭଳି ବହୁ ଅନୁଷ୍ଠାନ ଆନ୍ଦୋଳନ କରି ଆସୁଛନ୍ତି। ଏହି ବନ୍ଦ ଡାକରା ସଫଳ ହେବା ପରେ ପୁଣି ପଞ୍ଚାୟତ ସ୍ତରରେ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଏହାସହ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦକୁ ସଫଳ କରିବାକୁ ଲୋକମାନଙ୍କୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking