ନବରଙ୍ଗପୁର,ଝରିଗାଁ : ସ୍ୱଛ ଭାରତ ମିଶନ ନାମରେ ଟଙ୍କା ହଡ଼ପ ଅଭିଯୋଗ ନେଇ ବିଡ଼ିଓଙ୍କ ବିରୋଧରେ ୧୦୦ରୁ ଅଧିକ ହିତାଧୀକାରିଙ୍କ ଏତଲା। ଗ୍ରାମାଞ୍ଚଳର ପରିବେଶକୁ ସୁନ୍ଦର କରିବା ସହ ଗ୍ରାମଗୁଡ଼ିକୁ ବାହ୍ୟ ମୁକ୍ତ କରିବା ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ମିଶନ ଏବଂ ପ୍ରତ୍ୟେକ ପରିବାରକୁ ଶୌଚାଳୟ ଯୋଗାଇ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲେ । କିନ୍ତୁ ବିଡମ୍ବନାର ବିଷୟ ହେଉଛି ହିତାଧିକାରୀଙ୍କ ନାମରେ ଆସିଥିବା ଶୌଚାଳୟ ଟଙ୍କାକୁ ହଡ଼ପ କରିଚାଲିଛନ୍ତି ଖୋଦ୍ ସରକାରୀ ବାବୁ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ତଥା ପଛୁଆ ଅଞ୍ଚଳ ଭାବେ ବହୁ ପରିଚିତ ଝରିଗାଁ ବ୍ଲକରୁ। ଯେଉଁଠି ୨୬୩୫୫ ଗୋଟି ଶୌଚାଳୟ ନିର୍ମାଣ ବାବଦକୁ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଶୌଚାଳୟ ପିଛା ୨୦୦୦/ ଟଙ୍କା ପିଶି ବିଡ଼ିଓ ମହୋଦୟ ଡ. ବାହାଦୁର ସିଂ ଧୁରୁଆ ନେଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ନବରଙ୍ଗପୁର ଠାରେ ଏକ ସାମ୍ବାଦିକ ସମ୍ମିଳୀରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଅଭିଯୋଗ ଆଣିଥିବା ବେଳେ ଆଜି ବିଡିଓଙ୍କ ବିରୋଧରେ ଝରିଗାଁ ଥାନାରେ ଶତାଧିକ ହିତଧିକରୀ ଏକରାଲି ମାଧ୍ୟମରେ ଆସି ଏତଲା ଦେଇଛନ୍ତି ହିତାଧିକାରୀ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ। ସେପଟେ ବିଡ଼ିଓଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ବିଡ଼ିଓଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଦୃଢ଼ଭାବେ ଖଣ୍ଡନ କରିବା ସହ କରୋନ ଯୋଗୁଁ କେତେକ ସ୍ଥାନରେ ଶୌଚାଳୟ ନିର୍ମାଣ କାର୍ଯ୍ୟ ଅଟକି ରହିଛି ଓ ତାହା ଖୁବ୍ ଶୀଘ୍ର ସମ୍ପୁର୍ଣ୍ଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।