24.1 C
Bhubaneswar
Tuesday, March 19, 2024
Homeଖେଳଆଇଏସ୍‌ଏଲ୍‌‌-୭ : ଫୋଣ୍ଡ୍ରେଙ୍କ ଗୋଲ୍‌ରେ ଜିତିଲା ମୁମ୍ବାଇ ସିଟି

ଆଇଏସ୍‌ଏଲ୍‌‌-୭ : ଫୋଣ୍ଡ୍ରେଙ୍କ ଗୋଲ୍‌ରେ ଜିତିଲା ମୁମ୍ବାଇ ସିଟି

ଗୋଆ : ସ୍ଥାନୀୟ ଫାର୍ତୋଦା ଷ୍ଟାଡିୟମ୍‌ରେ ଆଇଏସ୍‌ଏଲ୍‌ର ସପ୍ତମ ସଂସ୍କରଣରେ ଆଜି ଖେଳାଯାଇଥିବା ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍‌ରେ ୧୦ ଜଣିଆ ଏଫ୍‌ସି ଗୋଆ ବିପକ୍ଷରେ ମୁମ୍ବାଇ ସିଟି ଏଫ୍‌ସି ୧-୦ ଗୋଲ୍‌ରେ ବିଜୟ ହାସଲ କରିଛି । ଗୋଲ୍‌ଟି ଦ୍ୱିତୀୟାର୍ଦ୍ଧର ଅତିରିକ୍ତ ସମୟରେ ସ୍କୋର୍ ହୋଇଥିଲା । ହ୍ୟାଣ୍ଡବଲ୍ ଯୋଗୁଁ ଅତିରିକ୍ତ ସମୟର ୫ମ ମିନିଟ୍‌ରେ ମୁମ୍ବାଇ ସିଟିକୁ ଏକ ପେନାଲ୍ଟି ମିଳିଥିଲା । ମୁମ୍ବାଇ ଖେଳାଳି ଆଦାମ ଲେ ଫେଣ୍ଡ୍ରେ କୌଣସି ତ୍ରୁଟି ନକରି ବଲ୍‌କୁ ଗୋଲ୍‌ପୋଷ୍ଟ ମଧ୍ୟକୁ ପଠାଇ ଦେଇଥିଲେ । ତେବେ ଗୋଆ ଗୋଲ୍‌କିପର୍ ମହମ୍ମଦ ନୱାଜ୍ ଡାଇଭ୍ ମାରିଥିଲେ ମଧ୍ୟ ଲେ ଫେଣ୍ଡ୍ରେଙ୍କ ଜୋରଦାର ଶଟ୍‌କୁ ରୋକିବାରେ ବିଫଳ ହୋଇଥିଲେ ।
ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଏଫ୍‌ସି ଗୋଆ ପ୍ରାଧାନ୍ୟ ବିସ୍ତାର କରିଥିଲା । ତେବେ ତ୍ଲାଙ୍ଗ୍‌ଙ୍କୁ ରେଡ୍‌କାର୍ଡ଼ ପ୍ରଦର୍ଶନ ପରେ ଘରୋଇ ଦଳ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲା । ଦ୍ୱିତୀୟାର୍ଦ୍ଧରେ ୧୦ ଜଣିଆ ଗୋଆ ଦଳ କ୍ୟାପ୍‌ଟେନ୍ ଏଡୁ ବେଦିଆଙ୍କ ନେତୃତ୍ୱରେ ଗୋଲ୍ କରିବାର ନିକଟତର ମଧ୍ୟ ହୋଇଥିଲା । ତେବେ ଗୋଲ୍ ସ୍କୋର କରିବାରେ ବିଫଳ ହୋଇଥିଲା । ତେବେ ମ୍ୟାଚ୍‌ର ଶେଷକୁ ଲେନି ରୋଡ୍ରିଗ୍ୟୁସ୍‌ଙ୍କ ହ୍ୟାଣ୍ଡ୍‌ବଲ୍ ଯୋଗୁଁ ମୁମ୍ବାଇ ସିଟିକୁ ଗୋଲ୍ କରିବାର ସୁଯୋଗ ମିଳିଥିଲା । ଅଭିଜ୍ଞ ଆଦାମ୍ ଲେ ଫୋଣ୍ଡ୍ରୋ ଗୋଲ୍ କରି ମୁମ୍ବାଇ ପାଇଁ ୩ ପଏଣ୍ଟ ହାସଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking