ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ପ୍ରେସ କ୍ଳବ୍ ପକ୍ଷରୁ ଆଜି ପୁରୁଣା ଵାରିପଦା ଠାରେ ମାଧ୍ୟମିକ ଶିକ୍ଷା ପ୍ରତିଭା ଅନ୍ନେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋପବନ୍ଧୁନଗର ବ୍ଲକର ମ୍ୟାଟ୍ରିକ ପରୀକ୍ଷା ଦେଇ ଚଳିତ ବର୍ଷ ସର୍ବାଧିକ ନମ୍ବର ରଖିଥିବା ଟପ୍ ୧୦ କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିସହ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇ ଥିଲା । ସମ୍ବର୍ଦ୍ଧନା ଉତ୍ସବରେ ପ୍ରେସ କ୍ଳବ୍ ର ସଭାପତି ନିମାଇଁ ପ୍ରସାଦ ଦାଶକଂ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ କୁଆମରା ସାରସ୍ୱତ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବଳ ଦାସ, ପୁରୁଣା ଵାରିପଦା ଆଂଚଳିକ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅନନ୍ତ ପ୍ରସାଦ ବେହେରା, ଶିଳ୍ପପତି କାର୍ତ୍ତିକ ଚନ୍ଦ୍ର ବେହେରା, ଯୁବ ନେତା କମଳାକାନ୍ତ ଚୌଧୁରୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ କୁଆମରା ଉଚ୍ଚ ବିଦ୍ୟାଳୟ ର ଅଙ୍କିତ କୁମାର ବେହେରା, ଖୁଣ୍ଟା ଉଚ୍ଚ ବିଦ୍ୟାଳୟର ନିବେଦିତା ବେହେରା, ଅଙ୍କିତା ଦାସ, ସତ୍ୟରଞ୍ଜନ ବାରିକ୍, ସୃତିପ୍ରଜ୍ଞା ବେହେରା, ଦାମୋଦର ଉଚ୍ଚ ବିଦ୍ୟାଳୟ ର ମେଘାଞ୍ଜନା ବେହେରା, ଜୟପୁର ଉଚ୍ଚ ବିଦ୍ୟାଳୟର ଜ୍ୟୋତି ପ୍ରକାଶ ବେରା, ଅଜୟ ସିଂ, ରିଜିଓନାଲ ଏକାଡେମୀର ଶୁଭଦ୍ରା ଭଦ୍ର ଓ ପଶୁଦା ଉଚ୍ଚ ବିଦ୍ୟାଳୟର ହେମନ୍ତ କୁମାର ହାଁସଦାକୁଂ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ପୁରଷ୍କାର ଓ ମାନପତ୍ର ପ୍ରଦାନ କରାଯାଇ ଥିଲା। ପ୍ରେସ କ୍ଳବ୍ ର ସଂପାଦକ ଡକ୍ଟର କୁମାର ବାବୁଲି ଅତିଥି ପରିଚୟ ଓ ରଂଜନ ମଢୁଆଳ ଧନ୍ୟବାଦ ଅର୍ପଣ କରିଥିଲେ। ସାମ୍ବାଦିକ ଚିତ୍ତରଂଜନ ଦଳେଇ, ଶାନ୍ତନୁ ମଢୁଆଳ, ହିରେନ ରାୟ, ଦୀପକ ଚୌଧୁରୀ, ଯୋଗେଶ୍ବର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ଅଭିବାବକ, ଶିକ୍ଷକ ଓ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିଲେ।