ଖୋର୍ଦ୍ଧା: ପୁଣି ବୋମା ମାଡ଼। ଖୋର୍ଦ୍ଧା ସଦର ଥାନା ଦଳେଇପୁଟରେ ପୁଣି ହୋଇଛି ବୋମାମାଡ଼। ପୋଲିସ ଉପସ୍ଥିତିରେ ଟୁକୁନି ସ୍ବାଇଁଙ୍କ ଘରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ସି ସି ଟି ଭି ରେ ବୋମାମାଡ ଦୃଶ୍ୟ କଏଦ ହୋଇଛି। ବୋମାମାଡ ପରେ ନିଜେ ଆଇଆଇସି ଘଟଣାସ୍ଥଳରେ ପହଂଚି ଥିଲେ।
ଘଟଣାସ୍ଥଳରେ ପହଞ୍ଚି ସଦର ଥାନା ଅଧିକାରୀମାନେ ତଦନ୍ତ ଜାରି ରଖିଛନ୍ତି। ତେବେ ଏହା ପୂର୍ବରୁ ଅଗଷ୍ଟ ୧୨ ଓ ୧୮ ତାରିଖରେ ମଧ୍ୟ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ ।