31.1 C
Bhubaneswar
Tuesday, April 30, 2024
Homeଓଡିଶାସେକ୍ଟର-୨୨ ୱେଲଫେୟାର ଟ୍ରଷ୍ଟ ପାଳିଲା ସ୍ୱାଧୀନତା ଦିବସ

ସେକ୍ଟର-୨୨ ୱେଲଫେୟାର ଟ୍ରଷ୍ଟ ପାଳିଲା ସ୍ୱାଧୀନତା ଦିବସ

ରାଉରକେଲା : ଆଜି ଦକ୍ଷିଣ ରାଉରକେଲା ସାରନଗରୀର ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ  କୋଭିଡ଼ ନିୟମ ମାନି ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ।  ବରିଷ୍ଠ ନାଗରିକ ଅଜୟ ରାୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ଟ୍ରଷ୍ଟର ସମସ୍ତ ସଦସ୍ୟ ଓ ଅନ୍ୟମାନେ ମୁହଁରେ ମାସ୍କ ପିନ୍ଧି ପାଳିଥିଲେ ସ୍ୱାଧୀନତା ଦିବସ । ଜାତୀୟ ସଙ୍ଗୀତ ଗାନ ସହ ସଭିଁଙ୍କ ପାଖରେ ଦେଶ ପ୍ରିତୀର ଝଲକ ବାରି ହେଉଥିଲା ।  ଟ୍ରଷ୍ଟର ସଭାପତି ଶିବଶଙ୍କର ନାୟକ, ସାଧାରଣ ସମ୍ପାଦକ କ୍ଷୀରୋଦ ପଶାୟତ, ସଂଜୟ ପଣ୍ଡା, ନରେନ୍ଦ୍ର ମଲ୍ଲିକ, ସୁକାନ୍ତ ମହାନ୍ତି, ସୁକନାଥ ବିଶୋୟୀ, ଦାମୋଦର ଧଳଙ୍କ ସମେତ ସାମ୍ବାଦିକ ସରୋଜ ବେହେରା, ସୁବୋଧ ନାୟକ ପ୍ରମୁଖ ଏହି ଜାତୀୟ ଉତ୍ସବରେ ସାମିଲ ହୋଇଥିଲେ । ଅନ୍ୟ ପକ୍ଷେ କରୋନାକୁ ଦୃଷ୍ଟିରେ ରଖି ସେକ୍ଟର-୬ ଓ ସେକ୍ଟର-୨୨ ଷ୍ଟାଡ଼ିୟମରେ ପ୍ୟାରେଡ଼କୁ ଆରଏସପି ପକ୍ଷରୁ ବାତିଲ କରାଯାଇଥିଲା । ସାତ ତାଲାରେ ଆରଏସପି ସିଇଓ ଜାତୀୟ ପତାକା ଉତୋଳନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking