30.1 C
Bhubaneswar
Wednesday, May 1, 2024
Homeଓଡିଶାରଥଯାତ୍ରା ପାଇଁ ତୁରନ୍ତ ନୀତିନିର୍ଘଣ୍ଟ ସ୍ଥିର କରାଯାଉ : ଦଇତାପତି ନିେଯାଗ ମୁଖପାତ୍ର

ରଥଯାତ୍ରା ପାଇଁ ତୁରନ୍ତ ନୀତିନିର୍ଘଣ୍ଟ ସ୍ଥିର କରାଯାଉ : ଦଇତାପତି ନିେଯାଗ ମୁଖପାତ୍ର

ପୁରୀ : ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ର ବା ରଥ ଯାତ୍ରାକୁ ମାତ୍ର ଆଉ ଦିନ କେତୋଟି ରହିଲା। ଏ ସମୟରେ ତୁରନ୍ତ ରଥଯାତ୍ରା ପାଇଁ ନୀତିନିର୍ଘଣ୍ଟ ସ୍ଥିର କରାଯାଉ ବୋଲି ଦଇତାପତି ନିେଯାଗ ମୁଖପାତ୍ର ଗଣପତି ଦାସମହାପାତ୍ର ଆଜି କହିଛନ୍ତି। ପୁରୀ ଘୋଷଯାାତ୍ରାକୁ ନେଇ ସାଧାରଣରେ ଆଶା ଆଶଙ୍କା ପ୍ରକାଶ ପାଉଛି। ତେଣୁ ଛତିଶା ନିେଯାଗକୁ ବସାଇ ତୁରନ୍ତ ନୀତିନିର୍ଘଣ୍ଟ ସ୍ଥିର କରାଯାଉ। ନୀତି ନିର୍ଘ ପ୍ରକାଶ କରାଗଲେ ଲୋକଙ୍କ ମନରୁ ସଂଶୟ ଦୂର ହେବ। ରଥଯାତ୍ରା ନେଇ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଥ୍ୟ ଦିଆଯାଉ ବୋଲି ଆଜି ଦଇତାପତି ନିେଯାଗ ମୁଖପାତ୍ର ଗଣପତି ଦାସମହାପାତ୍ର ପ୍ରତିକ୍ରିୟା ରଖôଛନ୍ତି। ସୂଚନାେଯାଗ୍ୟ ,କରୋନା ମାହାମାରୀ ଭୟାବହତା ଦେଖିଲେ ଏବେ ରଥଯାତ୍ରା ଅନୁଷ୍ଠିତ ହେବା ନ ହେବା ଅନିଶ୍ଚିତତା ମଧ୍ୟରେ ରହିଛି । ହେଲେ ରଥଯାତ୍ରା ହେବ କି ନାହିଁ, ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଆଜି ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିବା ସମୟରେ ଓଡିଶା ହାଇକୋର୍ଟ ଏହି ନିଷ୍ପତି ଶୁଣାଇଛନ୍ତି । କରୋନା ପାଇଁ ରଥଯାତ୍ରା ବନ୍ଦ କରିବାକୁ ହାଇକୋର୍ଟ ରେ ହୋଇଥିବା ମାମଲା ପ୍ରସଙ୍ଗରେ ଏହି ରାୟ ଦେଇଛନ୍ତି କୋର୍ଟ । କୋର୍ଟଙ୍କ ରାୟ ଅନୁସାରେ, କେନ୍ଦ୍ର ଓ ରାଜ୍ୟର କୋଭିଡ ଗାଇଡ ଲାଇନକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେବେ । ସେତେବେଳେ ପରିସ୍ଥିତିକୁ ନଜରରେ ରଖି ସରକାର ଯାହା ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking