26.1 C
Bhubaneswar
Tuesday, May 7, 2024
Homeଓଡିଶାମାତ୍ରାଧିକ ବଳ ପ୍ରୟୋଗ :୨ ପୋଲିସ ନିଲମ୍ବିତ

ମାତ୍ରାଧିକ ବଳ ପ୍ରୟୋଗ :୨ ପୋଲିସ ନିଲମ୍ବିତ

ବଲାଙ୍ଗିର: ମାତ୍ରାଧିକ ବଳ ପ୍ରୟୋଗ କରିବା ଦୁଇଜଣ ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡିଛି। ଭିଡ଼ିଓ ଭାଇରାଲ ହେବା ପରେ ଉକ୍ତ ଦୁଇଜଣଙ୍କୁ ବଲାଙ୍ଗିର ଏସପି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।ସୂଚନା ମୁତାବକ ନିଲମ୍ବିତ ହୋଇଥିବା ପୁଲିସ କର୍ମଚାରୀ ହେଲେ ସୂର୍ଯ୍ୟକାନ୍ତ ସାମନ୍ତରାୟ ଓ ପ୍ରଦ୍ୟୁମ୍ନ ସାମଲ । ସୂଚନାଯୋଗ୍ୟ ଯେ , ବର୍ତମାନ ଦେଶରେ ଲକଡାଉନ ଚାଲିଛି। ତେବେ କେତେକ ଏହି ଲକଡାଉନ କୁ ଅମାନ୍ୟ କରି ଖୋଲା ଖୋଲି ବୁଲାବୁଲି କରୁଛନ୍ତି। ସେହିପରି ଗତ କାଲି ବଲାଙ୍ଗିର ରେ ଭାଗିରଥି ଛକ ପାଖରେ ରାତି ସାତ ଟା ପରେ କିଛି ଲୋକ ବୁଲାବୁଲି କରୁଥିବା ବେଳେ ପୋଲିସ ହାତରେ ଧରା ପଡ଼ିଥିଲେ । ତେବେ ଉପରୋକ୍ତ ଦୁଇ ପୋଲିସ କର୍ମଚାରୀ ସେମାନଙ୍କୁ ଆଣ୍ଠେଇ ଆଣ୍ଠେଇ ଯିବା ପାଇଁ ବାଧ୍ୟ କରିଥିଲେ । କିଛି ବୃଦ୍ଧ ମଧ୍ୟ ଏଥିରୁ ବାଦ ପଡିନଥିଲେ । ତେବେ ଏହି ମାତ୍ରାଧିକ ବଳ ପ୍ରୟୋଗ କରିବାର ଭିଡ଼ିଓ ଉତ୍ତୋଳନ କରି ଭାଇରାଲ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହା ନେଇ ଆଜି ଅଭିଯୋଗ ହେଲା ପରେ ଏସପି ସମ୍ପୃକ୍ତ ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking