29.1 C
Bhubaneswar
Thursday, April 25, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଆଜି ବ୍ୟବସାୟରେ ଆଶାଜନକ ଫଳ ପାଇବେ । ସନ୍ତାନଙ୍କ କାର୍ଯ୍ୟ ଦେଖି ଗର୍ବ ଅନୁଭବ କରିବେ । ଅର୍ଥର ଆଗମନର ସୂଚନା ଦେଖାଦେବ । ପାରିବାରିକ ଜୀବନ ସୁଖମୟ ହେବ । ବନ୍ଧୁଙ୍କ ସହିତ ଧର୍ମ ପୀଠକୁ ଯାତ୍ରାରେ ଯାଇପାରନ୍ତି ।
ବୃଷ: ଆଜି ଆପଣଙ୍କ କାର୍ଯ୍ୟକୁ କେହି ଆଲୋଚନା କରିପାରନ୍ତି । ନୀରବ ରହି ନିଜର କାମ କରନ୍ତୁ ସଫଳ ଓ ଲାଭ ପାଇବେ । ନୂଆ ଗୃହ ନିର୍ମାଣ ପାଇଁ ଯୋଜନା ତିଆରି କରିବେ । ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ମହିଳାମାନେ କାର୍ଯ୍ୟ ବ୍ୟସ୍ତ ରହିବେ ।
ମିଥୁନ: ଆଜି ବହୁତ ବଡ଼ କାମ ଆରମ୍ଭ କରିପାରନ୍ତି । ପିତାଙ୍କ ସ୍ନେହନ ଓ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ । ନୂଆ କାର୍ଯ୍ୟ ଶୁଭାରମ୍ଭ କରିପାରନ୍ତି । ବନ୍ଧୁମାନଙ୍କ ସହିତ ବୁଝାମଣା ଭଲ ରହିବ । ଶତ୍ରୁକୁ ପରାସ୍ତ କରିବେ ।
କର୍କଟ: ଉଚ୍ଚ ଶିକ୍ଷାରେ ଆଗକୁ ବଢ଼ିବେ । କର୍ତ୍ତବ୍ୟନିଷ୍ଠ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ବ୍ୟବସାୟରେ ଲାଭବାନ ହୋଇପାରିବେ । ସର୍ବସୁଖ ମିଳିପାରିବ ।
ସିଂହ: ଅଟକିଥିôବା କାର୍ଯ୍ୟରେ ଆଗକୁ ବଢ଼ିବ । ବହୁ ଶୁଭ ଫଳ ମିଳିବ । ସରକାରୀସ୍ତରରେ ସମ୍ମାନିତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ହଠାତ କିଛି ଅର୍ଥ ମିଳିପାରେ । ବିଭିନ୍ନ ଦିଗରୁ ଆର୍ôଥକ ସ୍ରୋତ ବହିବ ।
କନ୍ୟା: କିଛି ଭୁଲ କାର୍ଯ୍ୟ ନ କରି ମଧ୍ୟ ଅଯଥା ହନ୍ତସନ୍ତ ହୋଇପାରନ୍ତି । କୃଷି କର୍ମରେ ଦକ୍ଷ ହେବେ । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବ ।
ତୁଳା: କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ସାମାନ୍ୟ ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ବିଛା: ନୂତନ ଗୃହର କାର୍ଯ୍ୟ ଆରମ୍ଭ କରିପାରନ୍ତି । ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଭାଗ୍ୟରେ ପରିବର୍ତ୍ତନ ଘଟିପାରେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି ।
ଧନୁ:ପୂର୍ବରୁ ଲାଗି ରହିଥିବା ଯୋଜନାରେ ପରିବର୍ତନ ଘଟାଇ ନୂତନ ଯୋଜନା ପ୍ରଣୟନ କରିବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି ।
ମକର: ଆଜି ଦୂର ସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ପ୍ରଭୁଙ୍କୁ ଦର୍ଶନ କରନ୍ତୁ ଆପଣଙ୍କ ଭାଗ୍ୟରେ ବିକାଶ ହେବ । ବାହାର କାମରେ ଗଲାବେଳେ ଟ୍ରାଫିକ ନିୟମ ମାନି ଗାଡ଼ି ଚଳାନ୍ତୁ । ଗର୍ବ ଅହଂକାରରୁ ନିବୃତ ରୁହନ୍ତୁ । ମହିଳାମାନେ ନିଜ କାର୍ଯ୍ୟ କରିବେ ।
କୁମ୍ଭ: ଆୟ ଆଶାନୁରୂପ ହେବ । ଚନ୍ଦ୍ରଭୋଗ ହେତୁ ଯାନବାହନରେ ସତର୍କତା ଅବଲମ୍ବନ କରିବେ । ସୁସ୍ଥ ଓ ନିରାମୟ ରହିବେ । ଉଚ୍ଚ ମହଲରେ ସମ୍ମାନିତ ହୋଇପାରନ୍ତି ।
ମୀନ: କୌଣସି ଖବର ପାଇ ଆତ୍ମବଳ ବୃଦ୍ଧି ହେବ । ବେପାରରେ ବେଶୀ ଲାଭ ପାଇ ଅଧିକ ମନୋଯୋଗରେ କାମ କରିବେ । ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ । ଆପଣଙ୍କ ଶତ୍ରୁ ଆପଣଙ୍କ ସମ୍ମୁଖକୁ ଆସିବା ପାଇଁ ଭୟ କରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking