29.1 C
Bhubaneswar
Sunday, May 5, 2024
Homeଓଡିଶାକରୋନା ପ୍ରଭାବ ଛତିଶଗଡ଼ ସୀମା ସିଲ

କରୋନା ପ୍ରଭାବ ଛତିଶଗଡ଼ ସୀମା ସିଲ

କଳାହାଣ୍ଡି : ସାରା ଭାରତରେ କରୋନା ନିରାକରଣ ପାଇଁ ପ୍ରତିଷେଧକ ବ୍ୟବସ୍ଥା ଓ ସାଧାରଣ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୱରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ 21 ଦିନିଆ ଲକ୍ ଡାଉନ୍ ଘୋଷଣା କୁ କଳାହାଣ୍ଡିର ବ୍ୟବସାୟୀ ବିଭିନ୍ନ ସଂଘଟନ ପକ୍ଷରୁ ସ୍ଵାଗତ କରିଥିବା ବେଳେ ଚତୁର୍ଥ ଦିନରେ ଓଡ଼ିଶା ଛତିଶଗଡ଼ ସୀମାରେ ପୋଲିସ ପକ୍ଷରୁ ଚେକିଂ କୁ କଡାକଡି କରାଯାଇଛି ପଞ୍ଚମ ଦିନରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସହାୟତାରେ ଘରୁ ନ ବାହାରିବା ପାଇଁ କଡ଼ା କଡ଼ି କରାଯାଇଛି ସହର ଠୁ ଗାଁ ଖାଁ ଖାଁ ଲାଗୁଛ ସାମାଜିକ ଦୁରତ୍ଵ ଉପରେ ଗୁରୁତ୍ୱ ଦିଆଯାଇଛି।ପନିପରିବା ଅଣ୍ଡା ବଜାରରେ ମହଜୁଦ ଥିବାରୁ କେବଳ ଖାଉଟି କିଣିବାକୁ ବାଧ୍ୟ ହୋଇ ପ୍ରଧାନ ମନ୍ତ୍ରୀ ଙ୍କ ନିର୍ଦ୍ଦେଶ କୁ ପାଳନ କରୁଛନ୍ତି।ଅପର ପକ୍ଷରେ ପୋଲିସ ପକ୍ଷରୁ ଛତିଶଗଡ଼ ଓଡ଼ିଶା ସୀମା ରେ ଛତିଶଗଡ଼ ପୋଲିସ ପହଁରା ଦେଇ ଜରୁରୀ ମାଲଗାଡ଼ି ମେଡିକାଲ ରେଫର ଗାଡ଼ି ବ୍ୟତୀତ ଅନ୍ୟ ଗାଡ଼ି ବାଇକ୍ ମୋଟର କୁ ଛାଡୁନ ଥିବା ବେଳେ ପେଟ୍ରୋଲିଂ କୁ ଜୋରଦାର କରାଯାଇଥିବାଛତିଶଗଡ଼ ର ଜୈନିକ ପୋଲିସ ପ୍ରକାଶ କରିଛନ୍ତି।ଆଉ କଳାହାଣ୍ଡି ପୋଲିସ ଚେିକିଂ ରେ ସାମାନ୍ୟ୍ କୋହଳ କରୁଥିବା ଅନୁମାନ କରାଯାଇଛି ଲୋକ ବାଇକ୍ ରେ କିମ୍ବା ଅଧିକ ବସିଥିବା ଦେଖିବାକୁ ମିଳିଲେ ପୋଲିସ ଗୋଡ଼ାଇ ଗୋଡ଼ାଇ ପିଟୁଛି ଓ ଖିଲାପକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି |
ଦେଶ ବ୍ୟାପି ଲକ ଡାଉନ ଆଭାବୀ ମଣିଷ ପାଇଁ କାଳ ହୋଇଛି। ବିଶେଷ କରି ବରଫ ବିକାଳୀ ଙ୍କ ପାଇଁ ବଂଚିବା ଚିନ୍ତା ବଢାଇଛି। ସବୁବର୍ଷ ଭଳି ପଡୋଶୀ ଛତିଶଗଡ଼ ରାଜ୍ୟ ତୁ ଖରାଦିନେ କୁଲଫି ବରଫ ତିଆରି କରି ବିକ୍ରୀ କରି ନିଜ ପେଟ ପୋଷିବା ପାଇଁ କଳାହାଣ୍ଡି ଜିଲା କୁ ଆସିଥାନ୍ତି । ଏବର୍ଷ ମଧ୍ୟ ଏମାନେ କଳାହାଣ୍ଡି ଭାଵନୀପାଟଣା ଅଞ୍ଚଳକୁ ଆସିଛନ୍ତି ହେଲେ କରୋନା କୁ ନେଇ ଲକ ଡାଉନ ଏମାନଙ୍କ ଜୀବିକା କୁ ଠାପ କରିଦେଇଛି ଯାହାଫଳରେ ଏମାନଙ୍କ ଜିବନ ଯାପନ ଓ ଜଳିବା ରେ କଷ୍ଟ ସାଧ୍ୟ ହୋଇଥିବା ଦେଖାଯାଉଛି।ଏଭଳି ଏକ ପରିବାର କୁଲଫି ବରଫ ବିକ୍ରି କ କରି ଜୀବିକା ନିର୍ବାହ କରୁଥିଲେ ବର୍ତ୍ତମାନ ଲକଡାଉନ ପାଇଁ ହାତ ବନ୍ଦ ପାଇଁ ଆନ୍ୟ ଙ୍କ ସହାୟତା ରେ ଦୁଇ ଓଳି ଖାଦ୍ୟ ଯୋଗାଡ କରୁଛନ୍ତି। ହେଲେ ଆଗାମୀ ଦିନ ପାଇଁ ଚିନ୍ତା ରେ ପରିବାର। ଏଣୁ ଏଭଳି ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଦୃଷ୍ଟି ଦେବାକୁ ଅନୁରୋଧ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking