28.1 C
Bhubaneswar
Thursday, May 2, 2024
Homeଓଡିଶାଫେରିଲା କାଳିଆ ଟଙ୍କା

ଫେରିଲା କାଳିଆ ଟଙ୍କା

ଭୁବନେଶ୍ୱର: ଶେଷରେ ଫେରିଆସିଲା କାଳିଆର ବଳକା ଟଙ୍କା । ଆଜି ୟେସ୍ ବ୍ୟାଙ୍କରୁ ମହାପ୍ରଭୁଙ୍କ ବକେୟା ଜମା ଟଙ୍କା ଫେରିଆସିଥିବା ସୂଚନା ମିଳିଛି । ଦ୍ୱିତୀୟ ପର‌୍ୟ୍ୟାୟରେ ୟେସ୍ ବ୍ୟାଙ୍କ ସୁଧମୂଳ ସମେତ ୧୫୬ କୋଟି ଟଙ୍କା ଶ୍ରୀମନ୍ଦିର ଏସବିଆଇ ଜମା ଖାତାକୁ ୟେସ ବ୍ୟାଙ୍କ ପଠାଇ ଦେଇଥିବା କୁହାଯାଇଛି । ତେବେ ମାଚ୍ୟୁରିଟି ହେବା ପରେ କାଳିଆ ଟଙ୍କା ଫେରିଛି । ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖରେ ପ୍ରଥମ ପର‌୍ୟ୍ୟାୟରେ ସ୍ଥାୟୀଜମା ବାବଦକୁ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ଟଙ୍କା ଶ୍ରୀମନ୍ଦିର ଏସବିଆଇ ଜମା ଖାତାକୁ ଇ-ଟ୍ରାନ୍ସଫର ହୋଇଥିଲା । ୟେସ୍ ବ୍ୟାଙ୍କ ଚଳାଚଳ ଉପରେ ଆରବିଆଇ କଟକଣା ଲଗାଇବା ପରେ ଶ୍ରୀମନ୍ଦିର ଟଙ୍କା ଫେରିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା ।
ମହାପ୍ରଭୁଙ୍କ ସର୍ବମୋଟ ୫୯୨ କୋଟି ଟଙ୍କା ବିଭିନ୍ନ ଦଫାରେ ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ମନ୍ଦିର ପ୍ରଶାସନର ମୋଟ ୬ଟି ବ୍ୟାଙ୍କ ଆକାଉଣ୍ଟରେ ସବୁତକ ଟଙ୍କା କେବଳ ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ଗୋଟିଏ ବ୍ୟାଙ୍କରେ ସବୁ ତକ ଟଙ୍କା ରଖିବା ନିୟମ ବିରୋଧୀ ହୋଇଥିଲେ ବି ସବୁତକ ଟଙ୍କାକୁ ୟେସ୍ ବ୍ୟାଙ୍କରେ ରଖିଥିଲେ। ଏପରିକି ମହାପ୍ରଭୁଙ୍କ ଫାଉଣ୍ଡେସନ ଫଣ୍ଡ ବା ହୁଣ୍ଡି ଟଙ୍କା ଏସ୍ବିଆଇ ରହିବାର ନିୟମ ଥିବା ବେଳେ ଏହାକୁ ୟେସ୍ ବ୍ୟାଙ୍କରେ ରଖାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking