32.1 C
Bhubaneswar
Saturday, May 4, 2024
Homeଓଡିଶାଏସ୍‌ସିବିରେ ବିରଳ ଅସ୍ତ୍ରୋପଚାର

ଏସ୍‌ସିବିରେ ବିରଳ ଅସ୍ତ୍ରୋପଚାର

କଟକ : ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ଶନିବାର ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଦେଢ଼ବର୍ଷ ବୟସର ଏକ ଶିଶୁକନ୍ୟାର ଜନ୍ମରୁ ବୁଢ଼ା ଆଙ୍ଗୁଠି ନ ଥିଲା। ବିଶି ଆଙ୍ଗୁଠିକୁ କାଟି ବୁଢ଼ା ଆଙ୍ଗୁଠିର ପ୍ରାକୃତିକ ରୂପ ଦେଇଛନ୍ତି ଡାକ୍ତର। ମାଇକ୍ରୋସର୍ଜିକାଲ ପଦ୍ଧତିରେ ଏହି ଅସ୍ତ୍ରୋପଚାର କରାଯାଇଛି, ଯାହା ରାଜ୍ୟରେ ପ୍ରଥମ ବୋଲି ଡାକ୍ତରମାନେ ମତ ଦେଇଛନ୍ତି।
ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ଛତାବରନିବାସୀ ସୁରେନ୍ଦ୍ର କୁମାର ପ୍ରଧାନଙ୍କ କନ୍ୟା ସ୍ମୃତିରେଖାଙ୍କ ଡାହାଣ ହାତରେ ଜନ୍ମରୁ ଚାରିଟି ଆଙ୍ଗୁଳି ରହିଥିଲା। ବୁଢ଼ା ଆଙ୍ଗୁଠି ବିନା ହାତରେ କୌଣସି କାର୍ଯ୍ୟ କରିବା କଷ୍ଟକର ହୋଇଥାଏ। ତେଣୁ ସୁରେନ୍ଦ୍ର ତାଙ୍କ ଶିଶୁକନ୍ୟାଙ୍କ ଚିକିତ୍ସା କରିବା ଲାଗି ଏସ୍‌ସିବିକୁ ଆଣିଥିଲେ। ବିଭିନ୍ନ ପରୀକ୍ଷା ପରେ ଆଙ୍ଗୁଠିର ଅସ୍ତ୍ରୋପଚାର ପାଇଁ ଡାକ୍ତରୀ ଦଳ ନିଷ୍ପତ୍ତି ନେଇଥିଲେ। ବିଶି ଆଙ୍ଗୁଠି କାଟି ବୁଢ଼ା ଆଙ୍ଗୁଠିକୁ ପ୍ରତିରୋପଣ କରିଥିଲେ। ଏହି ଅସ୍ତ୍ରୋପଚାରର ଏକ ସପ୍ତାହ ପରେ ବୁଢା ଆଙ୍ଗୁଠି ସାଧାରଣ ଲୋକଙ୍କ ଭଳି କାର୍ଯ୍ୟ କରିପାରିବ। ୪ ମାସ ପୂର୍ବେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ଅପରେଟିଂ ମାଇକ୍ରୋସ୍କୋପ୍ ଅଣାଯାଇଥିଲା। ଏହା ଦ୍ବାରା ପ୍ରଥମ କରି ଏପରି ଜଟିଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଥିବା ବିଭାଗୀୟ ଡାକ୍ତର କହିଛନ୍ତି। ବର୍ତମାନ ଶିଶୁର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking