28.1 C
Bhubaneswar
Thursday, March 28, 2024
Homeଅପରାଧପୁଣି ଲଜ୍ଜା : ନାବାଳିକାଙ୍କୁ ଗଣଦୁଷ୍କର୍ମ

ପୁଣି ଲଜ୍ଜା : ନାବାଳିକାଙ୍କୁ ଗଣଦୁଷ୍କର୍ମ

ଯୋଡା : ପୁଣି ଲଜ୍ଜା । ଯୋଡା ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ-୪ରେ ଥିବା ମୁସଲିମ ବସ୍ତିର ଜଣେ ନାବାଳିକାଙ୍କୁ ଅପହରଣ କରିନେଇ ୭ ଦିନ ଧରି ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି। ଏକ ଘରେ ୭ଦିନ ଧରି ଗୃହବନ୍ଦି ରଖିବା ସହ ନାବାଳିକାଙ୍କୁ ନିଶା ଔଷଧ ଦେଇ ଦୁଷ୍କର୍ମ କରିବା ପରେ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଯୋଡା ବସ୍ ଷ୍ଟାଣ୍ଡରେ ଅଚେତ ଅବସ୍ଥାରେ ଫିଙ୍ଗି ଦେଇ ଦୁର୍ବୃତମାନେ ଚାଲିଯାଇଥିଲେ। ଏହି ଖବର ସମଗ୍ର ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି ।
ବର୍ତମାନ ପୀଡ଼ିତା ଟାଟା କମ୍ପାନୀ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ବେଳେ କଥାବାର୍ତା କରିପାରୁନାହିଁ। ତାର ଅବସ୍ଥା ଅତ୍ୟନ୍ତ ସଙ୍କଟାପର୍ଣ୍ଣ ଥିବା ବେଳେ ଚିକିତ୍ସା ଜାରି ରହିଛି । ଏନେଇ ନାବାଳିକାର ପିତା ଜାକିର ଉଦ୍ଦିନ ଅହମ୍ମଦ ହେସାବେଡା ନିକଟରେ ଅନ୍ୟ ଜଣେ ଭୁଟାନ ନାମକ ବ୍ୟକ୍ତି ତାଙ୍କର ସହଯୋଗୀ ସାହାଦତ ମିଆଁ, ସୋନୁ ଏବଂ ଓକିଲ ଗତ ୨୧ ତାରିଖରେ ତାଙ୍କର ନାବାଳିକାକୁ ଘରୁ ଉଠାଇ ନେଇଥିଲେ ।
୨୮ ତାରିଖ ସନ୍ଧ୍ୟାରେ ମୁର୍ମୁଷ ଅବସ୍ଥାରେ ତାଙ୍କୁ ଯୋଡା ବସ୍ ଷ୍ଟାଣ୍ଡର ଏକ ନିଛାଟିଆ ସ୍ଥାନରେ ଫିଙ୍ଗି ଚାଲିଯାଇଥିଲେ। ତାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ବେଳେ ସେ ପିନ୍ଧିଥିବା ସମସ୍ତ ସୁନା ଗହଣା ମଧ୍ୟ ଲୁଟିନେଇଥିବା ସହ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସେ ଯୋଡା ଥାନାରେ ଦେଇଥିବା ତାଙ୍କ ଏତଲାରେ ଦର୍ଶାଇଛନ୍ତି। ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ପହଂଚି ଘଟଣାର ତଦନ୍ତ କରିବା ସହ ଝିଅଟିର ଡାକ୍ତରି ଯାଂଚ ପରେ ସମସ୍ତ ତଥ୍ୟ ଳିପାରିବ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking