33.1 C
Bhubaneswar
Thursday, April 25, 2024
Homeଅପରାଧତେଲଙ୍ଗାନାରେ ପୁଣି ବର୍ବରକାଣ୍ଡ : ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ପୋଡ଼ି ହତ୍ୟା ଉଦ୍ୟମ

ତେଲଙ୍ଗାନାରେ ପୁଣି ବର୍ବରକାଣ୍ଡ : ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ପୋଡ଼ି ହତ୍ୟା ଉଦ୍ୟମ

ହାଇଦ୍ରାବାଦ : ତେଲଙ୍ଗାନାର ସୂର୍ଯ୍ୟପେଟ ଜିଲ୍ଲାରେ ଜଣେ ଯୁବକ ୧୭ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ପୋଡ଼ି ମାରିଦେବା ପାଇଁ ଉଦ୍ୟମ କରିଥିବା ଜଣାପଡ଼ିଛି। ଅର୍ଦ୍ଧଦଗ୍ଧ ଅବସ୍ଥାରେ ସମ୍ପୃକ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାୟ ତିନିମାସ ତଳେ ଏହି ରାଜ୍ୟରେ ଜଣେ ପଶୁଚିକିତ୍ସିକ ପ୍ରିୟଙ୍କା ରେଡ୍ଡିଙ୍କୁ ଦୁଷ୍କର୍ମ ପରେ ପୋଡ଼ି ମାରି ଦିଆଯାଇଥିଲା। ଏହି ଘଟଣା ମନରୁ ନ ଲିଭୁଣୁ ପୁଣି ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବା ଘଟଣା ଜନସାଧାରଣଙ୍କୁ ଉତ୍ତେଜିତ କରିଛି।
ସୂଚନା ଅନୁଯାୟୀ, ଥିରୁମଙ୍ଗଳଗିରି ବ୍ଲକ ଅନ୍ତର୍ଗତ ରାଘବପୁର ଗ୍ରାମର ସମ୍ପୃକ୍ତ ଛାତ୍ରୀ ଜଣକ ଯୁକ୍ତ ଦୁଇ ଶ୍ରେଣୀରେ ପଢ଼ନ୍ତି। ପୀଡ଼ିତାଙ୍କ ପଡ଼ୋଶୀ ଅଭିଯୁକ୍ତ ଭେଙ୍କଟେଶ (୨୪) ଅପାଠୁଆ ଓ ଦୈନିକ ମୂଲ ଲାଗି ଚଳେ। ଭେଙ୍କଟେଶ ଦୁଇ ବର୍ଷ ହେଲା ଛାତ୍ରୀ ଜଣଙ୍କୁ ବିବାହ କରିବା ପାଇଁ ବାଧ୍ୟ କରି ଆସୁଥିଲା। ଫତେବେ ସେ ପାଠ ପଢୁ ନ ଥିବା ତଥା ମୂଲ ଲାଗୁଥିବାରୁ ଛାତ୍ରୀ ଜଣକ ଅଭିଯୁକ୍ତର ପ୍ରସ୍ତାବରେ ରାଜି ହୋଇ ନ ଥିଲେ। ଶୁକ୍ରବାର ଛାତ୍ରୀଙ୍କ ପିତାମାତା ମୂଲ ଲାଗିବା ପାଇଁ ହାଇଦ୍ରାବାଦ ଯାଇଥିବାବେଳେ ଘରେ ସେ ଏକାକୀ ଥିଲେ। ଏହି ସୁଯୋଗରେ ଭେଙ୍କଟେଶ ତାଙ୍କ ଘର ଭିତରେ ପଶି ଦୁଷ୍କର୍ମ କରିବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ପୀଡ଼ିତା ଜଣକ ନଗ୍ନ ତଥା ନିଆଁ ଲାଗିବା ଅବସ୍ଥାରେ ଦୌଡ଼ିଦୌଡ଼ି ଘର ବାହାରକୁ ପଳାଇ ଆସି ଜୀବନ ବଞ୍ଚାଇବା ପାଇଁ ବିକଳରେ ଡାକ ପକାଇଥିଲେ। ତାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁଆସି ତୁରନ୍ତ ପୀଡ଼ିତାଙ୍କୁ ମହାତ୍ମା ଗାନ୍ଧୀ ସ୍ମାରକୀ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଏବେ ସେଠାରେ ସେ ମୃତ୍ୟୁ ସହ ସଂଗ୍ରାମ ଚଳାଇଛନ୍ତି। ପ୍ରତିଶୋଧପରାୟଣ ହୋଇ ଏପରି କାଣ୍ଡ ଭିଆଇଥିବା ଥିରୁମଙ୍ଗଳଗିରି ଥାନାଧିକାରୀ ଏସ ଡାନିଏଲ କହିଛନ୍ତି। ପୁଲିସ୍ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମରେ ମାମଲା ରୁଜୁକରି ଭେଙ୍କଟେଶକୁ କୋର୍ଟ ଚାଲାଣ କରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking