30.1 C
Bhubaneswar
Wednesday, May 1, 2024
HomeUncategorized୩ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ; ୨ ମୃତ

୩ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ; ୨ ମୃତ

ନୂଆଦିଲ୍ଲୀ: ଆଜି ବାହାଦବରଗଡ ସହରର ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଫ୍ୟାକ୍ଟ୍ରି ଖଣ୍ଡ ଖଣ୍ଡ ହୋଇ ଅଧା କିଲୋମିଟର ଯାଏଁ ପଡିଥିଲା । ପରେ ଗୋଟିଏ ପରେ ଗୋଟିଏ ଫ୍ୟାକ୍ଟ୍ରିକୁ ବ୍ୟାପିଥିଲା ନିଆଁ । ଯେଉଁଥିରେ ଦୁଇ ଜଣ କର୍ମଚାରୀ ମୃତ୍ୟୁବରଣ କରିଥିବା ବେଳେ ୧୫ ଜଣ ଗୁରୁତରଭାବେ ଆହତ ହୋଇଛନ୍ତି । ତେବେ ଏବେ ବି ଫ୍ୟାକ୍ଟ୍ରି ଭିତରେ କିଛି କର୍ମଚାରୀ ଫସି ରହିଥିବା ଆଶଙ୍କା କରାଯାଉଛି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଏହି ବିସ୍ଫୋରଣ ପାଇଁ ପାଖରେ ଥିବା କିଛି ଘରର କାନ୍ଥ ମଧ୍ୟ ଫାଟିଥାଏ ବୋଲି କୁହାଯାଉଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁଲିଭା କାର୍ଯ୍ୟ ଜାରି ରଖିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି । ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking