28.1 C
Bhubaneswar
Friday, March 29, 2024
Homeଓଡିଶାଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ଜୀବନ ସହ ସଂଗ୍ରାମ କରୁଛି ପକ୍ଷାଘାତ ଆକ୍ରାନ୍ତ...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ଜୀବନ ସହ ସଂଗ୍ରାମ କରୁଛି ପକ୍ଷାଘାତ ଆକ୍ରାନ୍ତ ମହିଳା

ବାସୁଦେବପୁର : ବୟସ ପାଖାପାଖି ୪୫ ବର୍ଷ ହେବ । ଡଉଲ ଡାଉଲ ଚେହେରା କ୍ଷୀଣ ହେବାକୁ ବସିଲାଣି । କଡ଼ ଲେଉଟାଇବାକୁ ଯୁ ପାଉନି । ପକ୍ଷାଘାତ ରୋଗ ଯନ୍ତ୍ରଣାରେ ସଢୁଥିବା ମହିଳାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଟ୍ରଲି ଚଳାଇ ପରିବାର ଚଳାଉଥିବା ସ୍ୱାମୀ ସ୍ତ୍ରୀର ଚିକିତ୍ସା ପାଇଁ ଆକୁଳ ନିବେଦନ କରିଛନ୍ତି । ଏପଟେ ବାପା ଟ୍ରଲି ଚଳାଇବାକୁ ଗଲେ ଘରେ ରହୁଥିବା ଦଶବର୍ଷର ଏକମାତ୍ର ଝିଅ ମା’ ପାଖରେ ଜଗିରହୁଛି । ଶଯ୍ୟାଶାୟୀ ମା’ର ଦୁଃଖ ଯନ୍ତ୍ରଣା ଆଉ ଅଭାବକୁ ଅତି ନିକଟରୁ ଦେଖୁଥିବା ଏହି ନିଷ୍ପାପ ଝିଅଟିର ପାଠପଢ଼ାରେ ଡୋରି ବନ୍ଧାଯାଇଛି । ଏମିତି ଦୁଃଖ ଆଉ ରୋଗ ଯନ୍ତ୍ରଣାରେ ସଢୁଛନ୍ତି ବାସୁଦେବପୁର ପୌରପାଳିକାର ରାଧାନାଥପୁର ଗ୍ରାମର ଅନାଦ ମହାଳିକ ଓ ଶଯ୍ୟାଶାୟୀ ଶଶିକା ।
ଅନାଦି ଓ ଶଶିକାଙ୍କ ପରିବାର କହିଲେ ଦୁଇ ଝିଅ ଓ ଗୋଟିଏ ପୁଅ । ଗୋଟିଏ ଝିଅକୁ ବହୁ କଷ୍ଟରେ ବିବାହ ଦେଇଛନ୍ତି ଅନାଦି । ଆଉ ନାବାଳକ ପୁଅଟିଏ ବାହରକୁ ଖଟିବାକୁ ଯାଇଛି । ଜମିଜମା ନଥିବା ବେଳେ ଅନାଦି ଟ୍ରଲି ଚଳାଇଲେ ପରିବାର ଚଳୁଛି । ଏଭଳି ସ୍ଥିତିରେ ପାଞ୍ଚବର୍ଷ ତଳେ ପ୍ରଥମେ ସ୍ତ୍ରୀ ଶଶିକାଙ୍କ ଆଣ୍ଠୁ ଦରଜ ହେଲା । ସ୍ଥାନୀୟ ଡାକ୍ତର ଦେଖାଇବା ପରେ ଏହି ଦରଜ ଭଲ ହୋଇଗଲା । ବର୍ଷେ ପରେ ପୁଣି ଆରମ୍ଭ ହୋଇଥିଲା ଅଣ୍ଟାରେ ଦରଜ । ଶଶିକାଙ୍କୁ ଅନାଦି ଚିକିତ୍ସା କରାଇଥିଲେ । ହେଲେ ଅଣ୍ଟା ଦରଜ କ୍ରମଶଃ ବଢି ଚାଲିବା ସହ ଗୋଡ଼ବି ଅକାମି ହୋଇଗଲା । ସ୍ତ୍ରୀର ଏହି ରୋଗଯନ୍ତ୍ରଣା ଦେଖି ଟ୍ରଲି ଚଳାଉଥିବା ଅନାଦି ଧାର କରଜ କରି ଭଦ୍ରକ, କଟକ ସମେତ ବିଭିନ୍ନ ସ୍ଥାନରେ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇଲେ । ହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଅର୍ଥ ଯୋଗାଡ଼ କରିବା ଟ୍ରଲି ଚଳାଉଥିବା ଅନାଦିଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଛି । ଚିକିତ୍ସା ଅଭାବରୁ ଶଶିକାର ରୋଗଯନ୍ତ୍ରଣା ଗମ୍ଭୀର ହେବାରେ ଲାଗିଛି । ବିଛଣାରୁ ଉଠିବା ସମ୍ଭବ ହୋଇପାରୁ ନାହିଁ । ଟ୍ରଲି ଚଳାଇଲେ ପରିବାର ଚଳାଉଥିବା ଅନାଦି ସ୍ତ୍ରୀର ଅଧିକ ଚିକିତ୍ସା କରିବାତ ଦୂରର କଥା, ଡାକ୍ତରଙ୍କ ପରାମର୍ଶ ଅନୁସାରେ ମାସିକ ଔଷଧ ଯୋଗାଇ ପାରୁନାହାନ୍ତି । ବୃଦ୍ଧ ଅବସ୍ଥାରେ ଏବେ ସ୍ତ୍ରୀର ସମସ୍ତ ଦାୟିତ୍ୱ ବୁଝୁଛନ୍ତି ଅନାଦି । ଦୁଃଖ କଷ୍ଟ କରି ସ୍ତ୍ରୀ ମୁହଁରେ ଦାନା ଗଣ୍ଡେ ଦେଇପାରୁଛି, ହେଲେ ସ୍ତ୍ରୀକୁ ଭଲ କରିବାକୁ ସମ୍ବଳ ଯୋଗାଡ଼ କରିପାରୁନଥିବା କହିଛନ୍ତି ଅନାଦି । ଶଶିକାକୁ ଭଲ କରିବାକୁ ଅନାଦି ପ୍ରଶାସନକୁ ନିବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking