29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶପରିବା ‘କଣ୍ଟେନର୍‌’ରୁ ବିଷାକ୍ତ ବାଷ୍ପ ଶୁଙ୍ଘି ୪ ମୃତ : ୧୫ ଅସୁସ୍ଥ

ପରିବା ‘କଣ୍ଟେନର୍‌’ରୁ ବିଷାକ୍ତ ବାଷ୍ପ ଶୁଙ୍ଘି ୪ ମୃତ : ୧୫ ଅସୁସ୍ଥ

କରାଚି : ପାକିସ୍ତାନର ବନ୍ଦର ନଗରୀ କରାଚିରେ ପରିବା ‘କଣ୍ଟେନର୍‌’ରୁ ବାହାରିଥିବା ବିଷାକ୍ତ ବାଷ୍ପ ଶୁଙ୍ଘି ଚାରିଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ବିଷାକ୍ତ ବାଷ୍ପ ଶୁଙ୍ଘି ଆହୁରି ୧୫ ଜଣ ବ୍ୟକ୍ତି ମଧ୍ୟ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି।
ସୂଚନା ଅନୁଯାୟୀ, ରବିବାର ରାତିରେ କେମାରି ବନ୍ଦର ଅଞ୍ଚଳରେ ଏକ ପଣ୍ୟବାହୀ ଜାହାଜରୁ ପରିବା ‘କଣ୍ଟେନର୍‌’ଟିକୁ ଅଣା ଯାଇଥିଲା। ଜ୍ୟାକ୍‌ସନ୍ ବଜାରର କିଛି ଲୋକ ସେ ‘କଣ୍ଟେନର୍‌’ଟିକୁ ଖୋଲିଥିଲେ। ଖୋଲାଯିବା ପରେ ସେ କଣ୍ଟେନର୍‌ରୁ ଧୂଆଁ ପରି ବାଷ୍ପ ନିର୍ଗତ ହୋଇଥିଲା। ସେ ବାଷ୍ପ ନାକରେ ବାଜିବା କ୍ଷଣି ଲୋକେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରେ ସେମାନେ ଅଚେତ ହୋଇ ପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ପାଖରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଆଉ ୧୫ ଜଣଙ୍କର ଚିକିତ୍ସା ଚାଲିଛି। ବର୍ତମାନ ସୁଦ୍ଧା ଘଟଣାର ଅଧିକ ତଥ୍ୟ ହସ୍ତକ୍ଷେପ ହୋଇପାରି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking