26.1 C
Bhubaneswar
Tuesday, May 7, 2024
Homeଅପରାଧନିର୍ଭୟା ଗଣଦୁଷ୍କର୍ମ ମାମଲା: ଦୋଷୀ କରିଥିବା ଆବେଦନକୁ ପୁଣି ଖାରଜ କଲେ ଦିଲ୍ଲୀ କୋର୍ଟ

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଦୋଷୀ କରିଥିବା ଆବେଦନକୁ ପୁଣି ଖାରଜ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଶନିବାର ଦିନ ଦିଲ୍ଲୀର ପାଟିଆଲା କୋର୍ଟ ନିର୍ଭୟା ଦୋଷୀଙ୍କ ଓକିଲ କରିଥିବା ଆବେଦନକୁ ଖାରଜ କରିଛନ୍ତି। ଦୋଷୀମାନେ ଫାଶୀ କୁ ବିଳମ୍ବ କରାଇବା ଲାଗି ରୀତି ମତ ଚାଲ ଚଳାଇଛନ୍ତି। ଦୋଷୀଙ୍କ ଓକିଲ ଖୋଜୁଥିବା ସମସ୍ତ ଦଲିଲ୍ ତିହାର ଜେଲ୍ କର୍ତ୍ତୃପକ୍ଷ ଦେଇ ସାରିଛନ୍ତି।
୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମାଲରେ ଦୋଷୀ ବିନୟଙ୍କ ଓକିଲ ଏ. ପି. ସିଂହ ଆବେଦନ କରିଥିଲେ କି, କ୍ୟୁରେଟିଭ୍ ପିଟିସନ୍ ଫାଇଲ୍ ସକାଶ ଆବଶ୍ୟକ ଦଲିଲ୍‌ପତ୍ର ଜେଲ୍ କର୍ତ୍ତୃପକ୍ଷ ଏଯାବତ୍ ଦେଇ ନାହାନ୍ତି। ବିନୟଙ୍କ ଲିଖିତ ଡାଏରି ‘ଦରିନ୍ଦା’ ଲାଗି ଏବେ ହାଇକୋର୍ଟରେ ଆବେଦନ କରିବେ ବୋଲି ଓକିଲ ଏ. ପି. ସିଂହ କହିଛନ୍ତି। ଅଦାଲତଙ୍କୁ ଓକିଲ ଏ. ପି. ସିଂହ ଏହା ବି କହିଛନ୍ତି ଯେ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାଙ୍କୁ ସ୍ୱଳ୍ପ ମାତ୍ରାରେ ବିଷ ଦିଆଯାଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ସେ ଡାକ୍ତରୀ ରିପୋର୍ଟ ସବୁ ଦାଖଲ କରାଯାଇ ନାହିଁ। ତେବେ ତିହାର ଜେଲ୍ ସବୁ ଦଲିଲ ଦାଖଲ କରି ସାରିଥିବାରୁ ଆଉ ନିର୍ଦେଶ ଦେବା ଅବଶ୍ୟକ ନାହିଁ କହିଛନ୍ତି ସୁପ୍ରିମ କୋର୍ଟ ।
https://onakhabar.com/2020/01/24/nirbhaya-case/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking