33.1 C
Bhubaneswar
Wednesday, April 24, 2024
Homeଓଡିଶାଏସସିବି ପୁନର୍ବିନ୍ୟାସ ଥଇଥାନ ଓ ସହାୟତା ପ୍ୟାକେଜ୍ ଘୋଷଣା

ଏସସିବି ପୁନର୍ବିନ୍ୟାସ ଥଇଥାନ ଓ ସହାୟତା ପ୍ୟାକେଜ୍ ଘୋଷଣା

କଟକ: ଏସସିବିର ହେବ ନବକଳେବର । କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ର ପୁନର୍ବିନ୍ୟାସ କାର୍ଯ୍ୟକ୍ରମରେ କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିପାଇଁ ଏହାର ସଂପ୍ରସାରଣ କରି ଏହାକୁ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଓ ଗବେଷଣା ସୁବିଧା ସହିତ ୩୦୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସା ପ୍ରତିଷ୍ଠାନ ଭାବରେ ଗଢ଼ିବାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଯୋଜନାରେ କ୍ଷତିଗ୍ରସ୍ତ ହେଉଥିବା ଲୋକମାନଙ୍କ ପାଇଁ ସହାୟତା ଓ ଥଇଥାନ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଘୋଷଣା କରାଯାଇଛି । ଏହି ପ୍ୟାକେଜରେ ସ୍ଥାୟୀ ବାସଗୃହ, ଅନଧିକୃତ ଭାବରେ ନିର୍ମିତ ବାସଗୃହ, ମାଛ ମାର୍କେଟ କମ୍ପ୍ଲେକ୍ସ, ସ୍ଥାୟୀ ଦୋକାନ ଘର, ଅନଧିକୃତ ଭାବରେ ନିର୍ମିତ ଦୋକାନଗୃହ, ଉଠାଦୋକାନୀ, ଧାର୍ମିକ ଅନୁଷ୍ଠାନ, କ୍ଲବ୍ ଓ ଗୁହାଳ ଆଦିକୁ ଅନ୍ତର୍ଭୁକ୍ତ କରାଯାଇଛି । ଜମି ମାଲିକଙ୍କ ଠାରୁ ସରକାରୀ ଅନୁମୋଦିତ ପ୍ରକ୍ରିୟାରେ ଅଧିଗ୍ରହଣ କରାଯିବ । ରାଜ୍ୟ ସରକାରଙ୍କ କ୍ଷତିପୂରଣ ଆଇନ ଅନୁସାରେ ମିଳିବ କ୍ଷତିପୂରଣ ବୋଲି ସୂଚନା ମିଳିଛି ।
ଜମି, ବାସହରା ପରିବାରକୁ ଜରୁରୀ ବ୍ୟବସ୍ଥା ପାଇଁ ୧ଲକ୍ଷ ସହାୟତା ମିଳିବ । ଅନଧିକୃତ ଦୋକାନ ଗୃହ ପାଇଁ ଏକକାଳୀନ ୩୦ ହଜାର ଟଙ୍କା , ଉଠା ଦୋକାନୀଙ୍କୁ ଏକକାଳୀନ ୨୦ ହଜାର ଟଙ୍କା ସହାୟତା, ଧାର୍ମିକ ଅନୁଷ୍ଠାନ ଓ କ୍ଲବ ପାଇଁ ୧ଲକ୍ଷ ଟଙ୍କା ଲେଖାଏଁ , ଗାଈ ଗୁହାଳ ସ୍ଥାନାନ୍ତର ପାଇଁ ଏକକାଳୀନ ୨୦ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି । ଏହାଛଡ଼ା ସରକାରୀ କ୍ୱାଟର୍ସ ଖାଲି କରୁଥିବା କର୍ମଚାରୀମାନଙ୍କୁ ଘରଭଡ଼ା ବାବଦରେ ମାସିକ ୫ ହଜାର ଟଙ୍କାରୁ ୧୨ ହଜାର ୫୦୦ ଟଙ୍କା ଯାଏଁ ସହାୟତା ଦିଆଯିବ ବା ନୂଆ କ୍ବାଟର୍ସ ମିଳିବା ଯାଏଁ ଏହି ସହାୟତା ଦିଆଯିବ । ୨୦୧୩ର ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦିଆଯିବ ।
ଅସ୍ଥାୟୀ ଆବାସସ୍ଥଳୀରେ ଆଶ୍ରିତ ଲୋକଙ୍କୁ ୮ଦିନ ଖାଦ୍ୟ ମିଳିବ । ସରକାରୀ କ୍ଵାର୍ଟର୍ସ ହରାଉଥିବା କର୍ମଚାରୀଙ୍କୁ ଘରଭଡା ଓ ସ୍ଵତନ୍ତ୍ର ସହାୟତା । ୪ର୍ଥ ଶ୍ରେଣୀଙ୍କୁ ୫ହଜାର, ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ୭୫୦୦ ଟଙ୍କା । ୨ୟ ଶ୍ରେଣୀଙ୍କୁ ୧୦ ହଜାର, ପ୍ରଥମ ଶ୍ରେଣୀ କର୍ମଚାରୀଙ୍କ ୧୨,୫୦୦ । ଏହି ଥଇଥାନ ଓ ପୁନର୍ବାସ ନୀତି କଟକ ଜିଲ୍ଳାପାଳଙ୍କ ଦ୍ବାରା କାର୍ଯ୍ୟକାରୀ କରାଯିବ । ଯେହେତୁ ଏହି ପ୍ରକଳ୍ପ ପାଇଁ ଜମି ଓ ସମ୍ପତ୍ତି ଅଧିଗ୍ରହଣ ଆଲୋଚନା ଭିତ୍ତିରେ କରାଯିବ, ସେଥିପାଇଁ କେନ୍ଦ୍ରାଞ୍ଚଳ ଆର୍.ଡି.ସିଙ୍କ ଅନୁମୋଦନକ୍ରମେ କଟକ ଜିଲ୍ଲାପାଳ ଆବଶ୍ୟକସ୍ଥଳେ ସହାୟତାରେ ବୃଦ୍ଧି ବା ପରିବର୍ତ୍ତନ ସଂପର୍କରେ ନିଷ୍ପତ୍ତି ନେଇପାରିବେ । ଏହି ଥଇଥାନ ପୁନର୍ବାସ ପ୍ୟାକେଜ କାର୍ଯ୍ୟକାରୀ କରିବାପାଇଁ କଟକ ଜିଲ୍ଲାପାଳଙ୍କୁ ସରକାର ପାଣ୍ଠି ଯୋଗାଇ ଦେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking