26.1 C
Bhubaneswar
Tuesday, May 7, 2024
Homeଓଡିଶାଜେଏନ୍‌ୟୁର ଛାତ୍ର ଆକ୍ରମଣ ବିରୁଦ୍ଧରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଜେଏନ୍‌ୟୁର ଛାତ୍ର ଆକ୍ରମଣ ବିରୁଦ୍ଧରେ ଛାତ୍ର କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର – ଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ ଠାରେ ଛାତ୍ର ସଂସଦ ନେତ୍ରୀ ଆଇସା ଘୋଷ ଏବଂ ଅନ୍ୟ ଛାତ୍ର ଛାତ୍ରୀମାନଙ୍କ ଉପରେ ହୋଇଥିବା ବର୍ବରଚିତ ଆକ୍ରମଣ ପ୍ରତିବାଦରେ ଆଜି ସନ୍ଧ୍ୟା ଘ.୬ ସମୟରେ ସ୍ଥାନୀୟ କଚେରୀ ଛକ ଠାରେ ଜିଲ୍ଲା ଛାତ୍ର କଂଗ୍ରେସ ବଲାଙ୍ଗିର ତରଫରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ହୋଇଥିବା ପ୍ରତିବାଦ ସଭାରେ ଏହି ଆକ୍ରମଣର ଏବଂ ଏ ଆକ୍ରମଣ ପଛରେ ଥିବା ଏବିଭିପି ଛାତ୍ର ନେତାଙ୍କ ବିରୁଦ୍ଧରେ କଡା ପଦକ୍ଷେପ ଗ୍ରହଣ କରିବା ପାଇଁ ବିକ୍ଷୋଭ ସଭାରେ ଦାବି କରାଯାଇଥିଲା । ଏପରିକି ଜେଏନ୍‌ୟୁ ଆକ୍ରମଣରେ ପୋଲିସ ଭୂମିକାକୁ ନେଇ ଛାତ୍ର ନେତାମାନେ ପୋଲିସ ଉପରେ ସନ୍ଦେହ ପ୍ରକଟ କରିଥିଲେ । ପୋଲିସର ଜାଣତରେ ଏବିଭିପିର ଛାତ୍ର ନେତାମାନେ ମୁହଁରେ ମୁଖା ଲଗାଇ ଘଟଣା ସ୍ଥଳକୁ ଆସି ଛାତ୍ର ଛାତ୍ରୀଙ୍କ ଉପରେ ଅତ୍ୟାଚାର କରିଥିଲେ । ଆକ୍ରମଣ ଏତେ ତିବ୍ରତର ଥିଲା ଯେ ସଭାପତିଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିବା ସହ ଅନେକ ଛାତ୍ର ଛାତ୍ରୀ କ୍ଷତାକ୍ତ ହୋଇଥିଲେ । ଆହୁରି ମଧ୍ୟ ଏହି ବିକ୍ଷୋଭ ସମାବେଶରେ ଉପସ୍ଥିତ ଥିବା ଛାତ୍ରନେତାମାନେ ଭାଇସ ଚାନ୍‌ସିଲରଙ୍କ ଭୂମିକାକୁ ନେଇ ମଧ୍ୟ କଟାକ୍ଷ କରିଥିଲେ । ଆଜିର ଏହି ବିକ୍ଷୋଭ ସମାବେଶରେ ସାହିଲ କୁମ୍ଭାର, ସୁରେଶ ସିଂହ, ଟୁଲୁ ସେନ, ନିରଞ୍ଜନ ମିଶ୍ର, ବିମେଶ୍ୱର ଦିପ, ଓମ୍ ରାଉତ, ରୋହିତ ସିଂହ, ସନାତନ ପଟ୍ଟାୟକ, ସୁଭେନ୍ଦୁ ସାହୁ, ଅଭିଶେଷ ବାଗ, ବିଭିଷଣ ହୋତା, ସୁମିତ ପଟ୍ଟନାୟକ, ଶୁଭଙ୍କର ବାଗ, ରୋଶନ, ପ୍ରକାଶ ସାହୁ, ମଧୁ ନାଗ, ଅଭିନାଶ ସାଏ ପ୍ରମୁଖ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking