26.1 C
Bhubaneswar
Tuesday, May 7, 2024
Homeଓଡିଶାଜଳିଗଲା ଦୁଇଟି ବସ୍‌

ଜଳିଗଲା ଦୁଇଟି ବସ୍‌

ଯାଜପୁର : ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ବ୍ୟାସନଗର ବସଷ୍ଟାଣ୍ଡରେ ସୋମବାର ଭୋର ସମୟରେ ଏକ ଅଘଟଣ ଘଟିଛି। ବସଷ୍ଟାଣ୍ଡରେ ଅଟକିଥିବା ୨ଟି ବସ୍ ନିଆଁ ଲାଗି ଜଳିଯାଇଛି।
ସୂଚନା ଅନୁଯାୟୀ, ସୁଲୋଚନା ଏବଂ ନିରୂପମା ନାମକ ୨ଟି ଘରୋଇ ବସ୍ ପ୍ରତିଦିନ କଟକରୁ ଯାଜପୁରରୋଡ୍ ଚଳାଚଳ କରିଥାନ୍ତି। ରବିବାର ବିଳମ୍ବିତ ରାତିରେ ବସ୍ ଦୁଇଟି ନିର୍ଦ୍ଧାରିତ ସମୟରେ ବ୍ୟାସନଗର ବସଷ୍ଟାଣ୍ଡରେ ପହଞ୍ଚି ଯାତ୍ରୀଙ୍କୁ ଖାଲି କରିଥିଲେ। ପରେ ଡ୍ରାଇଭର ଏବଂ ହେଲପର ଖାଇବାକୁ ଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ହଠାତ୍ ବସ୍ ଦୁଇଟି ଭିତରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ସେମାନେ ତୁରନ୍ତ ବସ୍ କର୍ମଚାରୀ ଏବଂ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ବସ୍ ୨ଟି ନିଆଁରେ ଜଳିଯାଇଥିଲା। ଏକକାଳୀନ ୨ ବସରେ କିପରି ନଆଁ ଲାଗିଲା ତାହା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି। ଯାଜପୁର ରୋଡ୍ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking