28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗ୯ ଆତଙ୍କବାଦୀ ଗିରଫ

୯ ଆତଙ୍କବାଦୀ ଗିରଫ

କେରଳ: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଦ୍ୱାରା ପଶ୍ଚିମବଙ୍ଗର ମୁର୍ଶିଦାବାଦ ଏବଂ କେରଳର ଏର୍ଣ୍ଣାକୁଲମ ଅଞ୍ଚଳରେ ଅଲକାଏଦା ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାସ ହୋଇଛି । ଏନଆଇଏ ରେଡ଼ରେ ୯ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ପଶ୍ଚିମବଙ୍ଗର ମୁର୍ସିଦାବାଦରୁ ୬ଆତଙ୍କବାଦୀ ଓ କେରଳର ଏର୍ଣ୍ଣାକୁଲମରୁ ୩ ଆତଙ୍କବାଦୀ ଗିରଫ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ଆକ୍ରମଣ ଯୋଜନାରେ ଆତଙ୍କବାଦୀ ଥିଲେ ।

କିଛି ସଦସ୍ୟ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ କିଣିବା ପାଇଁ ନୂଆଦିଲ୍ଲୀ ଯିବାକୁ ଯୋଜନା କରିଥିଲେ । ତେବେ ଏହି ଚଢାଉ ପରେ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକୁ ରୋକାଯାଇପାରିଛି । ସେମାନଙ୍କ ପାଖରୁ ବହୁ ସଂଖ୍ୟକ ଡିଜିଟାଲ ଉପକରଣ, ଅସ୍ତ୍ରଶସ୍ତ୍ର, ଦେଶୀ ଫାୟାର ଆର୍ମ ଓ ଘର ତିଆରି ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking